-
ଫୁଟବଲ ମୋର ଅତ୍ୟନ୍ତ ପ୍ରିୟ ଖେଳ
-
ସମ୍ବଲପୁରରେ ଫୁଟବଲ ଖେଳ ପ୍ରତି ଯୁବବର୍ଗଙ୍କ ଆଗ୍ରହ ବଢିବା ବହୁତ ସୁଖର କଥା
-
କ୍ରୀଡ଼ା କ୍ଷେତ୍ରରେ ନାରୀଶକ୍ତିଙ୍କୁ ସେମାନଙ୍କ ଦକ୍ଷତା ଓ ପରାକାଷ୍ଠାକୁ ପ୍ରମାଣିତ କରିବା ପାଇଁ ସୁଯୋଗ ଦେବା ଦିଗରେ ଭଲ ପ୍ରୟାସ
ସମ୍ବଲପୁର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସମ୍ବଲପୁର ବୁର୍ଲା ଠାରେ ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ବୁର୍ଲା କପ୍ – ୨୦୨୫ର ପ୍ରଦର୍ଶନୀ ମ୍ୟାଚରେ ଯୋଗଦେବା ଅବସରରେ ୨୦୩୬ ଅଲିମ୍ପିକ ପାଇଁ ଓଡ଼ିଆ ପିଲାଙ୍କ ଭାଗିଦାରୀକୁ ବଢାଇବା ପାଇଁ ପ୍ରୟାସ କରିବାକୁ ଆହ୍ୱାନ କରିଛନ୍ତି ।
‘ବୁର୍ଲା ଆଥଲେଟିକ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ ଏହି ଫୁଟବଲ ପ୍ରତିଯୋଗିତା ସମାରୋହରେ ସେ କହିଛନ୍ତି ଯେ ଫୁଟବଲ ମୋର ଅତ୍ୟନ୍ତ ପ୍ରିୟ ଖେଳ । ବୁର୍ଲା, ହୀରାକୁଦ ସମେତ ସମ୍ବଲପୁରରେ ଫୁଟବଲ ଖେଳ ପ୍ରତି ଯୁବବର୍ଗଙ୍କ ଆଗ୍ରହ ବଢିବା ବହୁତ ସୁଖର କଥା । ଏହି ଅଞ୍ଚଳରେ ଖେଳୁଆଡ ମନୋଭାବକୁ ବଢାଇବା ଦିଗରେ ଏହି ପ୍ରତିଯୋଗିତାର ଆୟୋଜନ ପ୍ରଶଂସନୀୟ । ମହିଳା ଫୁଟବଲର ଆୟୋଜନ କରି କ୍ରୀଡ଼ା କ୍ଷେତ୍ରରେ ନାରୀଶକ୍ତିଙ୍କୁ ସେମାନଙ୍କ ଦକ୍ଷତା ଓ ପରାକାଷ୍ଠାକୁ ପ୍ରମାଣିତ କରିବାର ଏକ ପ୍ଲାଟଫର୍ମ ଦେଇଥିବାରୁ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
ବୁର୍ଲା ସମେତ ସମ୍ବଲପୁରରେ କ୍ରୀଡାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରିବା ଦରକାର । ବିଶେଷ ଭାବରେ ୨୦୩୬ ଅଲିମ୍ପିକରେ ଓଡ଼ିଆ ପିଲାମାନେ କିପରି ଅଧିକରୁ ଅଧିକ ଭାଗ ନେବେ, ଏଥିପାଇଁ ଆମେ ସମସ୍ତେ ପ୍ରୟାସ କରିବା ଦରକାର ବୋଲି ସେ କହିଥିଲେ ।