ଭୁବନେଶ୍ୱର– କର୍ପୋରେଟ ଠକ ହଂସିତା ଅଭିଲିପ୍ସl ଓ ଅନୀଲ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଫେକ ଡକ୍ୟୁମେଣ୍ଟ ଦେଇ ପ୍ରସ୍ତୁତ କରିଥିଲେ ପାସପୋର୍ଟ । ଇନଫୋସିଟି ଥାନାରେ ପୋଲିସ ନିଜଆଡୁ ମାମଲା କଲା ରୁଜ୍ଜୁ। ହଂସିତା ଅଭିଲିପ୍ସl ନିଜର ପ୍ରକୃତ ନାମ ବିଷ୍ଣୁ ପ୍ରିୟ ଚାନ୍ଦ ପରିବର୍ତ୍ତନ କରି ଫେକ ଆଧାର କାର୍ଡ ପ୍ରସ୍ତୁତ କରିଥିଲେ । ବିଷ୍ଣୁପ୍ରିୟ ଚାନ୍ଦରୁ ବନିଥିଲେ ହଂସିତା ଅଭିଲିପ୍ସl । ପ୍ଲାଷ୍ଟିକ ସର୍ଜରୀରେ ମଧ୍ୟ ନିଜର ରୂପକୁ ପରିବର୍ତ୍ତନ କରିଥିଲେ । ୨୦୧୯ ରେ ବିଷ୍ଣୁପ୍ରିୟ ଚାନ୍ଦ ପାସପୋଷ୍ଟ ପ୍ରସ୍ତୁତ ପାଇଁ ଆବେଦନ କରିଥିଲେ । ବିଭିନ୍ନ ଅପରାଧିକ ମାମଲା ଥିବାରୁ ପାସପୋଷ୍ଟ ଆବେଦନ ଖାରଜ ହେଇଥିଲା। ପରେ ୨୦୨୨ ରେ କଲିକତା ଯାଇ ଫେକ ଆଧାର କାର୍ଡ ପ୍ରସ୍ତୁତ କରିଥିଲେ । ସେଥିରେ ସ୍ବାମୀ ଅନୀଲ ମହାନ୍ତି ଦର୍ଶାଇଥିଲେ । ନକଲି ଆଧାର କାର୍ଡ ଆସିବା ପରେ ପାନ କାର୍ଡ ପ୍ରସ୍ତୁତ କରିଥିଲେ। ପରେ ପାସପୋର୍ଟ ପାଇଁ ଆବେଦନ କରିଥିଲେ । ହଂସିତା ନାଁରେ କୌଣସି ଅପରାଧୀକ ମାମଲା ନ ଥିବାରୁ ସହଜରେ ପାସପୋର୍ଟ ମିଳିଯାଇଥିଲା । ହଂସିତା ବିଦେଶ ଯାତ୍ରା କରିଥିଲେ । ଠକେଇ ମାମଲାରେ ପୋଲିସ ତଦନ୍ତ ସମୟରେ ସାମ୍ନାକୁ ଆସିଛି ଫେକ ଡକ୍ୟୁମେଣ୍ଟରେ ପ୍ରସ୍ତୁତ ପାସପୋର୍ଟ । ଯାହାକୁ ନେଇ ପୋଲିସ ନିଜ ଆଡୁ ଇନଫୋସିଟି ଥାନାରେ ମାମଲା ରୁଜ୍ଜୁ କରିଛି । ମାମଲା ପରେ କିଏ ଏଥିରେ ସହଯୋଗ କରିଥିଲା ଅଧିକ ତଦନ୍ତ କରୁଛି ସ୍ପେସିଆଲ କ୍ରାଇମ୍ ୟୁନିଟ ବୋଲି କହିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ ସିଂ।
Related Stories
January 18, 2025
January 18, 2025