ଭୁବନେଶ୍ୱର– ନବ ଦାସ ହତ୍ୟାକାଣ୍ଡରେ ସଠିକ୍ ତଦନ୍ତ କରିନି କ୍ରାଇମବ୍ରାଂଚ ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢି । ସେ କହିଛନ୍ତି, ଗୋଟିଏ ଗୁଳି ନୁହେଁ ଏକାଧିକ ଗୁଳି ବାଜିଛି ବୋଲି କଥା ସାମ୍ନାକୁ ଆସୁଛି । ଯେଉଁ ଗୁଳି ବାଜିଛି ସେ ଗୁଳି କୁଆଡେ ଗଲା, ତାହା ମିଳିନି । ରକ୍ତ ଭିଜା ସାର୍ଟ କଥା ମଧ୍ୟ କ୍ରାଇମବ୍ରାଞ୍ଚ ଲେଖିନି । ଘଟଣା ପଛରେ ପଛରେ ଆଉ ଜଣେ କିଏ ଥିଲା କିନ୍ତୁ ଗୋପାଳ କୁ ଫସାଇ ଦିଆଯାଇଛି। କ୍ରାଇମବ୍ରାଞ୍ଚ ସଠିକ୍ ତଦନ୍ତ କରିନାହିଁ । ଏ ଘଟଣାକୁ ନେଇ ଦୀପାଲି ପୂର୍ବରୁ ଚୁପ ଥିଲେ କିନ୍ତୁ ଏବେ ଅନୁରୋଧ କରିଛନ୍ତି ସିବିଆଇ ତଦନ୍ତ ପାଇଁ । ଯେହେତୁ ଏହା ରାଜ୍ୟର ସମସ୍ୟା ସତ୍ୟ ଲୋକ ଲୋଚନକୁ ଆସିବା ଦରକାର ବୋଲି ସେ କହିଛନ୍ତି।
Related Stories
January 18, 2025
January 18, 2025