ଢାକା– ମ୍ୟାଂମାରର ବିଦ୍ରୋହୀ ଗୋଷ୍ଠି ଅରାକାନ ଆର୍ମି ମ୍ୟାଂମାର ର ୟାଂଗୁନରୁ ବାଙ୍ଗଲାଦେଶର ଟେକନାଫଭୂମି ବନ୍ଦରକୁ ଆସୁଥିବା ୩ଟି ମାଲବାହୀ ଜାହାଜକୁ ଗୁରୁବାର ଅପରାହ୍ନରୁ ଅଟକାଇ ରଖିଛି । ଏସବୁ ଜାହାଜରେ ୫୦ ହଜାର ବ୍ୟାଗ୍ ରହିଛି । ଏଥିରେ ଶୁଖିଲା ମାଛ, ଗୁଆ, କଫି ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି । ଏହି ୩ଟି ମାଲବାହୀ ଜାହାଜକୁ ଶୁକ୍ରବାର ରାତି ୧୦ଟା ୩୦ ପର୍ଯ୍ୟନ୍ତ ନେଫ ନଦୀର ମୁହାଣରେ ଅରାକାନ ଆର୍ମିର ଘେରାବନ୍ଦୀରେ ରଖାଯାଇଛି।
ଢ଼ାକା ଟ୍ରିବ୍ୟୁନ ର ଖବର ଅନୁସାରେ, ଅରାକାନ ଆର୍ମି ଟେକନାଫ ମାର୍ଗରେ ଅଟକାଇଥିବା ଏହି ତିନୋଟି ମାଲବାହୀ ଜାହାଜକୁ ଅଦ୍ୟାବଧି ଛାଡିନାହିଁ । ଚାଳକ ଦଳର ସଦସ୍ୟ ଓ ଅନ୍ୟମାନେ ଅଦ୍ୟାବଧି ଅରାକାନ ଆର୍ମି ର ହେପାଜତରେ ଅଛନ୍ତି । ଟେକନାଫ ଳ୍ୟାଣ୍ଡ ପୋର୍ଟ ର ସଂଚାଳନା କରୁଥିବା କମ୍ପାନୀ ୟୁନାଇଟେଡ ଲ୍ୟାଣ୍ଡ ପୋର୍ଟ ଲିମିଟେଡ଼ ର ସାଧାରଣ ପରିଚାଳକ ମହମ୍ମଦ ଜସିମୁଦ୍ଦିନ ଚୌଧୁରୀ କହିଛନ୍ତି ଯେ, ଅରାକାନ ଆର୍ମି ତିନି ମାଲବାହୀ ଜାହାଜର ତଲାସୀ ନେବା ବାହାନାରେ ବାଙ୍ଗଲାଦେଶ- ମ୍ୟାଂମାର ସୀମାର ନାଇଖୋଂଗ ଅଂଚଳ ନିକଟବର୍ତୀ ନେଫ ନଦୀର ମୁହାଣରେ ଅଟକାଇ ରଖିଛି । ଅରାକାନ ଆର୍ମି ଏପର୍ଯ୍ୟନ୍ତ ମ୍ୟାଂମାରର ଏହି ମାଲବାହୀ ଜାହାଜ ଗୁଡିକୁ ମୁକ୍ତ କରିନାହିଁ ।