କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ବିଶ୍ବମ୍ଭର ବିଦ୍ୟାପୀଠର ସୁନାମଧନ୍ୟ ପ୍ରାକ୍ତନ ଖେଳ ଶିକ୍ଷକ ସ୍ଵର୍ଗତଃ ବିଶ୍ଵନାଥ ଭଟ୍ଟ କେବଳ ପୁରୀ ନୁହେଁ ସାରା ରାଜ୍ୟରେ ଏକ ସୁପରିଚିତ ଖେଳ ଶିକ୍ଷକ ଭଟ୍ଟ ସାର ଭାବେ ଖ୍ୟାତି ଅର୍ଜନ କରିଥିଲେ l ତାଙ୍କ ଜୀବନ ମଧ୍ୟରେ ସେ ଅନେକ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ସ୍ତରୀୟ ଖେଳ ପ୍ରଶିକ୍ଷଣ ପ୍ରଦାନ କରି ରାଜ୍ଯ ତଥା ରାଷ୍ଟ୍ରୀୟ ସ୍ତରୀୟ ପଦକ ବିଜେତା କରିପାରିଥିଲେ ଯାହା ଆମ ପୁରୀକୁ ଗୌରବାନ୍ୱିତ କରିଥିଲା l ଏବେ ମଧ୍ୟ ଭଟ୍ଟ ସାରଙ୍କ ଅନେକ ଶିଷ୍ୟ ବିଭିନ୍ନ ଖେଳ ପ୍ରତିଷ୍ଠାନରେ ସଫଳତାର ସହ ପ୍ରଶିକ୍ଷକ ଭାବରେ ଦାୟିତ୍ବ ପ୍ରତିପାଦନ କରୁଅଛନ୍ତି l ପ୍ରତିବର୍ଷ ଭଳି ଚଳିତ ବର୍ଷ ଭଟ୍ଟ ସାର ଙ୍କ ସ୍ମୃତିରେ ବିଶ୍ବମ୍ଭର ବିଦ୍ୟାପୀଠର ୧୯୯୨ ବ୍ୟାଚର ପ୍ରାକ୍ତନ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ବିଦ୍ୟାଳୟରେ ଅନୁଷ୍ଠିତ ଖେଳ ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଶ୍ରୀମାନ କରୁଣାକର ମୁର୍ମୁ ଓ କୁମାରୀ ବୈଷ୍ଣବୀ ଆଚାରୀଙ୍କୁ ଟ୍ରଫି ସହ ଟ୍ରାକସୁଟ ପ୍ରଦାନ କରାଯାଇଥିଲା l ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ସାମର୍ଥl, ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, ମୋସ୍କୁଲ କମିଟିର ସଭାପତି ଶ୍ରୀଯୁକ୍ତ ରମା ବଲ୍ଲଭ ମହାପାତ୍ର, ଟାଉନ ଥାନା ଅଧିକାରୀ ଶ୍ରୀଯୁକ୍ତ ସୁନୀଲ କୁମାର ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭଶ୍ରୀ ଦାଶ, ଓ ୧୯୯୨ ବ୍ୟାଚ ତରଫରୁ ଅଶୋକା ମଞ୍ଜରୀ ନାୟକ, ଜଗନ୍ନାଥ ମହାପାତ୍ର, ପିତାମ୍ବର ମହାରଣା, ଦେବାଶିଷ ମିଶ୍ର ଆଦି ସଦସ୍ୟ ମାନେ ଉପସ୍ଥିତ ଥିଲେ l
Related Stories
January 18, 2025
January 18, 2025