ଭୁବନେଶ୍ୱର – ଟାଟା ଷ୍ଟିଲ୍ ବିଏସ୍ଏଲ୍ ଏବଂ ଏହାର ଲେବର୍ କଂଟ୍ରାକ୍ଟର ବର୍ଷା, ଟିଏସ୍ପିଏଲ୍ ଓ ପ୍ରଗତି ନାଥ ତଥା ଜିଏମ୍ଆର୍ କମଳାଙ୍ଗ ଏବଂ ଏହାର ଲେବର୍ କଂଟ୍ରାକ୍ଟର ମେଲ୍କୋ ଇଣ୍ଡିଆର ଠକାମି ବିରୋଧରେ ଆଜି ସକାଳ ୧୦ଟା ବେଳେ ଟାଟା ବିଏସ୍ଏଲ୍ ଟ୍ରେଡ୍ ୟୁନିଅନ୍ର ଶତାଧିକ ଶ୍ରମିକ ଓ ସେମାନଙ୍କ ପରିବାର ଇଂଜିନିୟର୍ ଦେବାଶିଷ ହୋତାଙ୍କ ନେତୃତ୍ୱରେ କଂଟାବଣିଆ ଥାନା ପାଖରୁ ଏକ ବିରାଟ ପଟୁଆରରେ ବାହାରି ଟାଟା ଷ୍ଟିଲ୍ ବିଏସ୍ଏଲ୍ ୍ଗେଟ୍ ଆଗରେ ଧାରଣାରେ ବସିରହିଛନ୍ତି । ସେମାନେ ପ୍ରଚଣ୍ଡ ଥଣ୍ଡାରେ ମରିବେ ପଛେ କିନ୍ତୁ ଦାବିପୂରଣ ନ ହେଲେ ଏଠାରୁ ହଟିବେ ନାହିଁ ବୋଲି ରୋକ୍ ଠୋକ୍ ଭାବେ ଜଣାଇ ଦେଇଥିବାରୁ କଂପାନୀ ଏବଂ ପୋଲିସ୍ ପ୍ରଶାସନ ହରଡଘଣାରେ ପଡିଛନ୍ତି । କଂଟାବଣିଆ ଥାନାରେ ଉପଜିଲ୍ଲାପାଳ, ଏସଡ଼ିପିଓ ଓ ଆଇଆଇସି, ଟାଟା କମ୍ପାନୀ ଅଧିକାରୀ, ତହସିଲଦାର, ଡିଏଲସି, ଡିଏଲଓ ପହଂଚି ୫ ଫେବୃଆରୀରେ ସମାଧାନ ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ସ୍ଥଗିତ ରହିଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୭ ଜାନୁଆରୀ ୨୦୨୦ ଦିନ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହି ଆନେ୍ଦାଳନକାରୀ ଶ୍ରମିକମାନଙ୍କୁ ୧୫ ଦିନ ମଧ୍ୟରେ ବର୍ଷା ଏଣ୍ଟରପ୍ରାଇଜର୍ସ୍ ଏବଂ ଟିଏସପିଏଲ୍ର ମାଲିକଦ୍ୱୟ ତଥା ଏଥିପାଇଁ ଦାୟୀ ସରକାରୀ ଅଧିକାରୀମାନଙ୍କୁ ଗିରଫ କରାଯିବ ତଥା ସମସ୍ତ ଗରିବ ଶ୍ରମିକମାନଙ୍କୁ ରିଟ୍ରେଂଚମେଂଟ କମ୍ପାନସେସନ୍ ଦିଆଯିବ ବୋଲି ଦୃଢ ପ୍ରତିଶୃତି ଦେବା ପରେ ଯାଇ ଆନେ୍ଦାଳନ ସ୍ଥଗିତ ରହିଥିଲା ।
ଶ୍ରମିକମାନଙ୍କ ଯୋଗୁଁ ଆମ ଦେଶ ଆଜି ଶକ୍ତିଶାଳୀ ହୋଇପାରିଛି । ରାତିଦିନ ଅତି ସ୍ୱଳ୍ପ ଦରମାରେ ଖଟି ଖଟି ସେମାନଙ୍କୁ ଗ୍ୟାସ୍ଟିକ୍ ଠାରୁ ଆରମ୍ଭ କରି ଅନେକଗୁଡିଏ ଦୁଃରାରୋଗ୍ୟ ହୋଇଯାଉଛି । ଶ୍ରମିକମାନଙ୍କ ପରିଶ୍ରମରେ ମାଲିକମାନେ କୋଟି କୋଟି ଟଙ୍କାର ଲାଭ କରୁଥିଲେ ମଧ୍ୟ ଶ୍ରମିକମାନଙ୍କ ପାଇଁ ସେମାନଙ୍କର ଟିକିଏ ହେଲେ ଦରଦ ଥିଲା ଭଳି ଲାଗୁନାହିଁ । ଦୀର୍ଘ ବର୍ଷ ହେଲା ଶ୍ରମିକମାନେ ଏହି ଅଂଚଳରେ ଥିବା ବିଭିନ୍ନ କଂପାନୀ ଏବଂ ଲେବର୍ କଂଟ୍ରାକ୍ଟର ମାନଙ୍କର ଠକାମିର ଶୀକାର ହୋଇଚାଲିଛନ୍ତି । ପ୍ରତି ୩ ବର୍ଷରେ ଥରେ କଂପାନୀମାନେ ଲେବର୍ କଂଟ୍ରାକ୍ଟରକୁ ଜାଣିଶୁଣି ବଦଳାଇ ଦେଉଛନ୍ତି । ଫଳରେ ଶ୍ରମିକମାନେ ଗ୍ରାଚୁଇଟି କିମ୍ବା ସ୍ଥାୟୀ ନିଯୁକ୍ତି ପାଇପାରୁନାହାନ୍ତି । ୧୫ ବର୍ଷ ଧରି ସେହି ଗୋଟିଏ କଂପାନୀରେ କାମ କଲାପରେ ବି ଶ୍ରମିକମାନଙ୍କ ମଧ୍ୟରେ ଚାକିରି ଚାଲିଯିବାର ଭୟ ରହୁଛି । କଂପାନୀ ଓ ସେମାନଙ୍କର କଂଟ୍ରାକ୍ଟରମାନେ ଡିଏଲ୍ଓଙ୍କର ନୋଟିସ୍ ପାଇ ମଧ୍ୟ ମାସ ମାସ ଧରି ବିଭିନ୍ନ ବାହାନା ଦେଖାଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ହାଜିର୍ ହେଉ ନାହାନ୍ତି । ଡିଏଲ୍ଓ ସେହି କଂପାନୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁÂାନ ନ ନେଇ କେସ୍ଟିକୁ କ୍ଲୋଜ୍ କରି ଦେଉଛନ୍ତି । ଗରିବ ଶ୍ରମିକ ଟଙ୍କା ଅଭାବରୁ ଶହେ କିଲୋମିଟର୍ ଦୂରରେ ଥିବା ଭୂବନେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଟ୍ରିବୁ୍ୟନାଲ୍ରେ କେସ୍ ଲଢି ପାରୁ ନାହିଁ । ଏହାର ଫାଇଦା କଂପାନୀମାନେ ନେଉଛନ୍ତି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ୩ ବର୍ଷ ପୂର୍ବରୁ ୬ ମଇ ୨୦୧୬ ଦିନ ଛଟେଇ ହୋଇଥିବା ଟିଏସ୍ପିଏଲ୍ର ୭ ଶହ ଶ୍ରମିକ ଆଜି ଯାଏ ରିଟ୍ରେଂଚମେଂଟ କମ୍ପେନ୍ସେସନ୍ ପାଇ ପାରିନାହାନ୍ତି । କାରଣ ୧୨ ଜୁଲାଇ ୨୦୧୬ ଦିନ ତତ୍କାଳୀନ ଡିଏଲ୍ଓ ପ୍ରଦୀପ ମହାନ୍ତି କେସ୍ ଟିକୁ କ୍ଲୋଜ୍ କରି ଭୂବନେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଟ୍ରିବୁ୍ୟନାଲ୍କୁ ପଠାଇଦେଇଥିଲେ । ୨ ବର୍ଷ ଯାଏ ଭୂବନେଶ୍ୱର ଦୌଡି ଦୌଡି କୌଣସି ସଫଳତା ନ ପାଇବାରୁ ବାଧ୍ୟ ହୋଇ ଶ୍ରମିକମାନେ ଇଂ ହୋତାଙ୍କୁ ଜାନୁୟାରୀ ୨୦୧୯ରେ ଏ ବିଷୟରେ ଜଣାଇଥିଲେ । ଇଂ ହୋତା ଇଣ୍ଡଷ୍ଟ୍ରିଆଲ୍ ଟ୍ରିବୁ୍ୟନାଲ୍କୁ ଯାଇ ଦେଖିଲେ ସରକାରଙ୍କ ପାଖରୁ କୌଣସି ରେକର୍ଡ୍ ସେଠାରେ ପହଂଚିନାହିଁ । ସେକ୍ରେଟାରିଏଟ୍ରୁ ସବୁ ରେକର୍ଡ୍ ପଠାଇଲାପରେ ଇଣ୍ଡଷ୍ଟ୍ରିଆଲ୍ ଟ୍ରିବୁ୍ୟନାଲ ୍ଟାଟା ଷ୍ଟିଲ୍ ବିଏସ୍ଏଲ୍ ଏବଂ ଟିଏସ୍ପିଏଲ୍କୁ ନୋଟିସ୍ ପଠାଇଲେ । ନୋଟିସ୍ ପାଇ ଟାଟା ଷ୍ଟିଲ୍ ବିଏସ୍ଏଲ୍ କଂପାନୀର ଅଧିକାରୀମାନେ ଆଜି ଯାଏ ହାଜିର୍ ହେଉ ନାହାନ୍ତି । ସବୁଠୁ ଆଶ୍ଟର୍ଯ୍ୟର କଥା, ଟିଏସ୍ପିଏଲ୍କୁ ଯାଉଥିବା ନୋଟିସ୍ ଭୁଲ୍ ଠିକଣା ପାଇଁ ଫେରିଆସିଛି । ଏଠାରେ ପ୍ରଶ୍ନ ଉଠୁଛି ଏକ ଏତେ ବଡ ଲେବର୍ କଂଟ୍ରାକ୍ଟର ଠିକଣା ଭୁଲ୍ ହେଲା କିପରି ?
ସେହିପରି ବର୍ଷା ଏଂଟରପ୍ରାଇଜର୍ସ ଏହାର ୩ ଶହ ପାଖାପାଖି ଶ୍ରମିକଙ୍କୁ ୩୧ ଜୁଲାଇ ୨୦୧୯ ଦିନ ଛଟେଇ କରିଦେଇଥିଲା । ଆଇନ୍ ଅନୁଯାୟୀ ରିଟ୍ରେଂଚମେଂଟ କମ୍ପାନ୍ସେସନ୍ ଦେବା ନିମନ୍ତେ ସେମାନେ ଟାଟା ଷ୍ଟିଲ୍ ବିଏସ୍ଏଲ୍ କଂପାନୀର ଅଧିକାରୀମାନଙ୍କୁ ବାରମ୍ବାର ନିବେଦନ କରିବା ସତ୍ୱେ କିଛି ଲାଭ ନ ପାଇବାରୁ ବାଧ୍ୟ ହୋଇ ଇଂ ହୋତାଙ୍କୁ ୪ ଅକ୍ଟୋବର ଦିନ ଏ ବିଷୟରେ ଜଣାଇଥିଲେ । ଇଂ ହୋତା ୯ ଅକ୍ଟୋବର ଦିନ ସମସ୍ତ ରେକର୍ଡ୍ ସହିତ ଡିଏଲ୍ଓଙ୍କୁ ଭେଟି ୬୩ ଲକ୍ଷ ୨୨ ହଜାର ୭୫୦ ଟଙ୍କାର ରିଟ୍ରେଂଚମେଂଟ କମ୍ପେନ୍ସେସନ୍ ଦେବା ନିମନ୍ତେ କେସ୍ ଦାୟାର କରିଥିଲେ । ନୋଟିସ୍ ପାଇ ଟାଟା ଷ୍ଟିଲ୍ ବିଏସ୍ଏଲ୍ କଂପାନୀର ଅଧିକାରୀ ଶ୍ରୀ ଦୀପାଂଜନ ଦେ ଏବଂ ଶ୍ରୀ ଏମ୍ପି ସିଂ ୧୫ ନଭେମ୍ବର ଦିନ ଡିଏଲ୍ଓଙ୍କ ପାଖକୁ ଆସି ଏକ ମାସ ମଧ୍ୟରେ ସମସ୍ତଙ୍କୁ ରିଟ୍ରେଂଚମେଂଟ କମ୍ପେନ୍ସେସନ୍ ଦେଇଦେବେ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ । ଅଥଚ ଏହି ପ୍ରତିଶୃତି ପୂରଣ କରି ନ ଥିଲେ ଏବଂ ତା ପର ତାରିଖ ୨୦ ଡିସେମ୍ବର ଦିନ ଶ୍ରମ କାର୍ଯ୍ୟାଳୟକୁ ଆସି ନ ଥିଲେ । ଡିଏଲ୍ଓ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁÂାନ ନ ନେଇ ତତ୍କ୍ଷଣାତ୍ କେସ୍ଟିକୁ କ୍ଲୋଜ୍ କରି ଭୂବନେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଟ୍ରିବୁ୍ୟନାଲ୍କୁ ପଠାଇ ଦେବା ପାଇଁ କହିବାରୁ ଏହି ଅନ୍ୟାୟ ବିରୁଦ୍ଧରେ ୭ ଜାନୁଆରୀ ୨୦୨୦ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ।
ଜିଏମ୍ଆର୍ କମଳାଙ୍ଗର ଏକ ଲେବର୍ କଂଟ୍ରାକ୍ଟର ମେଲ୍କୋ ଇଣ୍ଡିଆ ଏହାର ୬୦ ଜଣ ଶ୍ରମିକଙ୍କୁ ଗତ ୩୦ ସେପ୍ଟେମ୍ବର ୨୦୧୯ ଦିନ ଛଟେଇ କରିଦେଲା । ଅଧିକାରୀମାନଙ୍କୁ ବାରମ୍ବାର ନିବେଦନ କରିବା ସତ୍ୱେ କିଛି ଲାଭ ନ ପାଇବାରୁ ବାଧ୍ୟ ହୋଇ ୨୫ ଡିସେମ୍ବର ଦିନ ଏ ବିଷୟରେ ଶ୍ରମିକମାନେ ଇଂ ହୋତାଙ୍କୁ ଜଣାଇଲେ । ଇଂ ହୋତା ୩୦ ଡିସେମ୍ବର ଦିନ ସମସ୍ତ ରେକର୍ଡ୍ ସହିତ ଡିଏଲ୍ଓଙ୍କୁ ଭେଟି ୧୩ ଲକ୍ଷ ୫୬ ହଜାର ୨୮୪ ଟଙ୍କାର ରିଟ୍ରେଂଚମେଂଟ କମ୍ପେନ୍ସେସନ୍ ଦେବା ନିମନ୍ତେ କେସ୍ ଦାୟାର କରିଛନ୍ତି ।
ସେହିଭଳି ଅନ୍ୟ ଏକ ଲେବର୍ କଂଣ୍ଟ୍ରାକ୍ଟର୍ ପ୍ରଗତି ନାଥ ଏହାର ୨୦ ଜଣ ଶ୍ରମିକଙ୍କୁ ଗତ ୩୧ ଜୁଲାଇ ୨୦୧୯ ଦିନ ଛଟେଇ କରିଦେଲା । ଅଧିକାରୀମାନଙ୍କୁ ବାରମ୍ବାର ନିବେଦନ କରିବା ସତ୍ୱେ କିଛି ଲାଭ ନ ପାଇବାରୁ ବାଧ୍ୟ ହୋଇ ୧୯ ଜାନୁଆରୀ ୨୦୨୦ ଦିନ ଏ ବିଷୟରେ ଶ୍ରମିକମାନେ ଇଂ ହୋତାଙ୍କୁ ଜଣାଇଲେ । ଇଂ ହୋତା ମାତ୍ର ଗୋଟିଏ ଦିନରେ ସମସ୍ତ ରେକର୍ଡ୍ ସହିତ ୨୦ ଜାନୁଆରୀ ୨୦୨୦ ଦିନ ଡିଏଲ୍ଓଙ୍କୁ ଭେଟି ୧୨ ଲକ୍ଷ ୫୮ ହଜାର ୭୦୦ ଟଙ୍କାର ରିଟ୍ରେଂଚମେଂଟ କମ୍ପେନ୍ସେସନ୍ ଦେବା ନିମନ୍ତେ କେସ୍ ଦାୟାର କରିଛନ୍ତି ।
ଆମର ଉପରୋକ୍ତ ଦାବିଗୁଡିକୁ ତୁରନ୍ତ ପୂରଣ କରା ନ ଗଲେ ଭୟଙ୍କର ଶ୍ରମିକ ଆନେ୍ଦାଳନ ଗଢି ଉଠିବ ବୋଲି ଇଂ ହୋତା ଇତ୍ୟବସରରେ ଚେତାବନୀ ଦେଇଛନ୍ତି ।