ଭୁବନେଶ୍ୱର,ଆଜି ଅପରାହ@ରେ ହିମାଚଳ ପ୍ରଦେଶର ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ରାଜେଶ ଧର୍ମାନୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଲୋକସେବା ଭବନସ୍ଥ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉତ୍ତରୀୟ ଓ କୋଣାର୍କ ଚକ୍ରର ସ୍ମାରକ ପ୍ରଦାନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଧର୍ମାନୀ ବିଶ୍ୱ ଦକ୍ଷତା କେନ୍ଦ୍ର, ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ କରିଥିଲେ । ଇଂଜିନିୟରିଂ ଛାତ୍ରଛାତ୍ରୀମାନେ ଟ୍ରେନିଂ ପ୍ଲେସ୍ମେଣ୍ଟରେ ଦେଶବିଦେଶରେ ନିଯୁକ୍ତି ପାଇଥିବା ଜାଣି ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିବା ସହିତ ସେମାନଙ୍କର ଉନ୍ନତି କାମନା କରିଥିଲେ । ଭବିଷ୍ୟତରେ ଓଡ଼ିଶାକୁ ରୋଲ୍ ମଡେଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶା ପ୍ରକଟ କରିଥିଲେ ।
ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ବିଭାଗ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଧର୍ମାନୀଙ୍କୁ ଅବଗତ କରାଇଥିଲେ । ହିମାଚଳ ପ୍ରଦେଶର ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଅକ୍ଷୟ ସୁଦ୍ଙ୍କ ସମେତ ହିମାଚଳ ପ୍ରଦେଶର ବିଭାଗୀୟ କର୍ମକର୍ତ୍ତା ଓ ଅଧିକାରୀବୃନ୍ଦ ଏହି ସାକ୍ଷାତ ଆଲୋଚନା ସମୟରେ ଉପସ୍ଥିତ ଥିଲେ ।
Related Stories
January 18, 2025
January 18, 2025