
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ଖୋର୍ଦ୍ଧା ,ବାଘମାରି ସ୍ଥିତ ଦେବାଧିଦେବ ବାବା ହଟକିଶୋରଙ୍କ ଅପାର କରୁଣାରୁ ସଂସ୍କୃତ ସାହିତ୍ୟ ଇତିହାସକୁ ଜ୍ୟୋତିର୍ମୟ ତଥା ରୁଦ୍ଧିମନ୍ତ କରି ମହାକବି କାଳିଦାସ ବିରଚିତ ମୂଳ ସଂସ୍କୃତ ଶୃଙ୍ଗାରତିଲକମ୍ ନାମକ ଲଘୁକାବ୍ୟର ପ୍ରତିଟି ଶ୍ଲୋକର ଶବ୍ଦ ବ୍ୟୁତ୍ପତ୍ତି, ଆକ୍ଷରିକ ଅର୍ଥ ସହ ପଣ୍ଡିତ ରଞ୍ଜନ ଦାଶଙ୍କ ଅନୂଦିତ କାବ୍ୟ ରୂପାନ୍ତର ପ୍ରକାଶ ପାଇଲା । ଏହି ପୁସ୍ତକଟି ଅଟ୍ରି ମହୋତ୍ସବର ରଙ୍ଗମଞ୍ଚରେ ବହୁ ସାହିତ୍ୟ ପ୍ରେମୀ ତଥା ଗଣ୍ୟମାନ୍ୟ କବିମାନଙ୍କ ଉପସ୍ଥିତିରେ ଲୋକାର୍ପଣ ହେଲା । ଆଞ୍ଚଳିକ ବିଧାନ ସଭା ସଦସ୍ୟ ମହାମାନ୍ୟ ପ୍ରଦୀପ କୁମାର ସାହୁ, ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀଯୁକ୍ତ ଗୋପୀନାଥ ସେଠୀ, କବୟିତ୍ରୀ ସୁଶ୍ରୀ ଯୋଜନୀବାଳା ଏବଂ ଅନ୍ୟାନ୍ୟ ବହୁ କବିମାନଙ୍କ କରକମଳରେ ପୁସ୍ତକର ଭବ୍ୟ ଲୋକାର୍ପଣ ସହିତ ଏହି କାବ୍ୟସାହିତ୍ୟ ଅନୁରାଗୀ ମାନଙ୍କ ଗହଣରେ ବହୁ ପ୍ରଶଂସନୀୟ ହୋଇଥିଲା ।