ଭୁବନେଶ୍ୱର – ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ ରାଜ୍ୟ ମାନବାଧିକାର କମିଶନ (ଓଏଚଆରସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଦାୟିତ୍ୱ ନେବା ପରେ ଜଷ୍ଟିସ ବି ପି ଦାସ କହିଛନ୍ତି, ରାଜ୍ୟରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ମାମଲାର ଶୀଘ୍ର ଶୁଣାଣିକୁ ଗୁରୁତ୍ୱ ଦିଆଯିବ ଓ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦିଆଯିବ । ମାନବାଧିକାର ଉଲ୍ଲଙ୍ଘନ ହେଲେ କାହାକୁ ଛଡ଼ାଯିବ ନାହିଁ । ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୨୨ ତାରିଖରେ ରାଜ୍ୟ ସରକାର ଜଷ୍ଟିସ୍ ବିପି ଦାସଙ୍କୁ ଓଏଚଆରସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ୨୦୧୨ ନଭେମ୍ବର ମାସରୁ ଏହି ପଦବୀ ଖାଲି ରହିଥିଲା । ଜଷ୍ଟିସ୍ ରଘୁବୀର ଦାସ ଏହାର କାମଚଳା ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ । ୧୯୫୦ ନଭେମ୍ବର ୧୫ ରେ କଟକରେ ଜନ୍ମିତ ଜଷ୍ଟିସ୍ ବିପି ଦାସ ୧୯୭୪ରେ ଓଡିଶା ହାଇକୋର୍ଟ ବାରରେ ଯୋଗ ଦେଇଥିଲେ । ୧୯୯୬ରୁ ୧୯୯୭ ପର୍ଯ୍ୟନ୍ତ ସେ ଓଡିଶା ବାର୍ ପାଉନସିଲର ସଦସ୍ୟ ଥିଲେ ।