ଜୟପୁର- ଶ୍ରୀ ବିଶ୍ୱକର୍ମା ମହାରଣା କୁଳ ସେବା ସଂଘ ଜୟପୁର ତାଲୁକାର ବୈଠକ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ବାଙ୍କମଠ ଠାରେ ଆୟୋଜିତ ଏହି ବୈଠକରେ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ନିର୍ମାଣଧିନ ବିଶ୍ୱକର୍ମା ମନ୍ଦିରର କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ଓ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ଏକ କମିଟି ଗଠନ କରାଯାଇଛି ।
ଏହି କମିଟିରେ ସଭାପତି ଭାବେ ରଘୁନାଥ ମହାରଣା, କାର୍ଯ୍ୟକାରି ସଭାପତି ଶରତ ମହାରଣା, ସମ୍ପାଦକ ମନୋଜ ମହାରଣା, କୋଷାଧ୍ୟକ୍ଷ ଉଦୟ ନାଥ ମହାରଣା ଉପଦେଷ୍ଟା ମଣ୍ଡଳୀରେ ଭୁବନେଶ୍ୱର ମହାରଣା, ଜଗନ୍ନାଥ ମହାରଣା, ସୂର୍ଯ୍ୟଭାନୁ ମହାରଣା, ବିନାୟକ ମହାରଣା, ପ୍ରଭାକର ମହାରଣା । ଏଥି ସହ ୧୨ ଜଣ ସଭ୍ୟ ମଧ୍ୟ ରହିଛନ୍ତି ।