ଗଞାମ– ଗଞାମ ଜିଲା ଶେରଗଡ ବ୍ଲକର ପିତ୍ତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେଂଦ୍ରରେ ଜନଆରୋଗ୍ଯ ସମିତି ପକ୍ଷରୁ ଆୟୁଷ୍ମାନ ଆରୋଗ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଡାକ୍ତର ମାନସ ରଂଜନ ବିଷୋଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।ବରିଷ୍ଠ ସାମ୍ବାଦିକ ତଥା ବ୍ରହ୍ମପୁର ଡକ୍ଟରସ୍ ଫୋରମ ର ପୂର୍ବତନ ସଂପାଦକ ଡାକ୍ତର ହୃଷୀକେଶ ମହାନ୍ତି ଏଥିରେ ଅତିଥି ରୂପେ ଯୋଗଦେଇ ଥିଲେ । ପିତ୍ତଳ, ତହଁର, ସନ୍ତୋଷ ପୁର, କାଂଜିଆମା, ଚଷାପିତଳ, ପିତ୍ତଳ, ପାକିଡି, ରାୟସଂହପୁର, ବ୍ରାହ୍ମଣ ଛାଇ ପ୍ରଭୃତି ଗ୍ରାମ ରୁ ଆସିଥିବା ରୋଗୀକଂର ଚିକିତ୍ସା, ବିଭିନ୍ନ ପରିକ୍ଷା କରିମାଗଣାରେ ଔଷଧ ବିତରଣ କରାଯାଇଥିଲା ।ଶିବିର ପରିଚାଳନାରେ ଆୟୁଷ ଡାକ୍ତର ଦେବାଶିଷ ଶତପଥୀ, ଫାର୍ମାସୀ ଅଧିକାରୀ ବସନ୍ତ କୁମାର ସୁବୁଦ୍ଧି, ଏଲ୍ ଟି ପ୍ରତିୱାସାହୁ, ହସପିଟାଲରେ କର୍ମଚାରୀ ପଂଚାନନଗୌଡ,ଶରତଚନ୍ଦ୍ରପଟନାୟକ, ରୋହିତନାୟକ,ଦୟାନିଧିସାହୁ ହରିବଂଧୁ ନାୟକ ପ୍ରମୁଖ ସହଯୋଗ କରିଥିଲେ । ପ୍ରତି ମାସରେ ଏ ଧରଣର ଶିବିର ଅନୁଷ୍ଠିତ ହେବା ଫଳରେ ରୋଗୀ ମାନେ ବିଭିନ୍ନ ଚିକିତ୍ସା ସୁବିଧା ପାଇବାସହ ଜନସାଧାରଣଙ୍କ ସରକାରୀ ଡାକ୍ତର ଖାନା ପ୍ରତି ଆଗ୍ରହ ସୃଷ୍ଟି ହେଉଥିବା ଜଣାପଡ଼ିଛି ।