ଚଣ୍ଡୀଗଢ -ପଞ୍ଜାବର ଖନୋରୀ ସୀମାରେ ଆଜି 111 କୃଷକ ଆମରଣ ଅନଶନରେ ବସିବେ।କୃଷକ ନେତା ଅଭିମନ୍ୟୁ କୋହାଡ କହିଛନ୍ତି ଯେ କୃଷକ ଗୋଷ୍ଠୀ ସୀମାର କାନ୍ଥରେ ଆମରଣ ଅନଶନରେ ବସିବେ।ଏହାକୁ ପରିଚାଳନା ସଂଯୁକ୍ତ କୃଷକ ମୋର୍ଚ୍ଚା (ଅଣ ରାଜନୈତିକ)ତଥା କୃଷକ ଶ୍ରମିକ ମୋର୍ଚ୍ଚାର ନେତା କରିବେ।ଅଭିମନ୍ୟୁ କୋହାଡ କହିଛନ୍ତି ଯେ ଏହି କୃଷକମାନେ ପ୍ରବଳ ଥଣ୍ଡାରେ ଖୋଲା ଆକାଶ ତଳେ ଅନଶନରେ ବସିବେ।
ଏହି ସମୟରେ ଜଗଜୀତ ସିଂହ ଡଲ୍ଲେୱାଲଙ୍କ ଆମରଣ ଅନଶନ ବୁଧବାରକୁ 51ତମ ଦିନରେ ପ୍ରବେଶ କରିଛି।ଡଲ୍ଲେୱାଲଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ଯେ ତାଙ୍କୁ କାହା ସହିତ ସାକ୍ଷାତ କରିବାକୁ ଦିଆଯାଉନାହିଁ।କୃଷକ ଆନ୍ଦୋଳନକୁ ନେଇ ସୁପ୍ରୀମକୋର୍ଟରେ ଆଜି ଶୁଣାଣୀ ହେବ,ଯେଉଁଠାରେ ପଞ୍ଜାବ ସରକାର ଡଲ୍ଲେୱାଲଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ରିପୋର୍ଟ ଦାଖଲ କରିବେ।