ନୁଆଦିଲ୍ଲୀ -ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଆଖପାଖ ରାଜ୍ୟର ସୀମାବର୍ତ୍ତୀ ସହରରେ ଲୋକମାନେ ଆଜି ସକାଳେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡିର ସମ୍ମୁଖୀନ ହୋଇଥିଲେ।ଦୃଶ୍ୟମାନତା ଅସ୍ପଷ୍ଟ।ରାସ୍ତାରେ ଯାନବାହନ ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା।ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଆକାଶ ମେଘୁଆ ରହିବାର ସମ୍ଭାବନା ରହିଛି ବୋଲି ପୁର୍ବାନୁମାନ କରିଛି।କୁହୁଡି ଏବଂ କମ ଦୃଶ୍ୟମାନତା ମଧ୍ୟ ବିମାନ ଚଳାଚଳ ଉପରେ ପ୍ରଭାବ ପକାଇଛି।
ଭାରତୀୟ ରେଳ ଅନୁଯାୟୀ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ଅଞ୍ଚଳରେ କୁହୁଡି କାରଣରୁ ଦିଲ୍ଲୀ ଆସୁଥିବା 26ଟି ଟ୍ରେନ ବିଳମ୍ବରେ ଚାଲୁଛି।ପାଣିପାଗ ବିଜ୍ଞାନ ବିଭାଗ ଅନୁଯାୟୀ ଆଜି ସନ୍ଧ୍ୟାରେ ହାଲୁକା ବର୍ଷା ମଧ୍ୟ ହୋଇପାରେ।ସର୍ବାଧିକ ତାପମାତ୍ରା 19 ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା ନଅ ଡିଗ୍ରୀ ସେଲସିୟସ ରହିପାରେ।