ବଲାଙ୍ଗିର, ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ବଲାଙ୍ଗିର ସହରର ମଧ୍ୟରେ ଥିବା ବିଭିନ୍ନ ଦେବାଳୟରେ ମକର ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଯାଇଛି। ଭୋର ରୁ ଶ୍ରଦ୍ଧାଳୁ ମନ୍ଭଙ୍କକ୍ତ ଓ ଭଗବାନଙ୍କ ଏକ ପବିତ୍ର ସମ୍ପର୍କର ସେତୁ ଭାବରେ ଏହି ଉତ୍ସବକୁ ଏକ ଭିନ୍ନ ରୂପରେ ସ୍ଥାନୀୟ ରାଧାରାଣୀ ମନ୍ଦିରରେ ଭକ୍ତ ମାନେ ପାଳନ କରିଛନ୍ତି। ଭୋର ସକାଳୁ ମନ୍ଦିର ପରିସର ରେ ଭକ୍ତ ମନେ ସମବେତ ହୋଇଥିବା ବେଳେ ମନ୍ଦିର ପରିସରରେ ଭକ୍ତ ମାନଙ୍କ ଉପସ୍ଥିତିରେ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇ ଥିଲା । ଭଜନ କୀର୍ତ୍ତନ ମଧ୍ୟରେ ମନ୍ଦିର ଅଞ୍ଚଳ ଏକ ଭାବ ଭକ୍ତିର ବାତାବରଣ ସୃଷ୍ଟି କରିଥିଲା । ଉଭୟ ନର ନାରୀ ନାମ କୀର୍ତ୍ତନ କରିବା ପରେ ପ୍ରସାଦ ସେବନ କରି ପ୍ରଭୁଙ୍କ କୃପା ଲାଭ କରିଥିଲେ । ନାନାଦି ବିଧି ସହିତ ପ୍ରଭୁଙ୍କ ସଂଧ୍ୟା ଆଳତି ହୋଇ ଥିଲା।
ସହରର ଅନେକ ମନ୍ଦିରରେ ସଂକ୍ରାନ୍ତି ଯୋଗୁଁ ଧାଡ଼ି ଦର୍ଶନ ରେ ପ୍ରଭୁ କୃପା ଲାଭ ପାଇଁ ଭିଡ ପରିଲକ୍ଷିତ ହୋଇଥିଲା।ଧନୁ ରାଶିରୁ ମକର ରାଶିକୁ ସୂର୍ଯ୍ୟ ଗମନ କରି ଥା’ନ୍ତି। ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ସହିତ ଦିନ କ୍ରମେ ବଡ଼ ହେବା ସୂର୍ଯ୍ୟଙ୍କ ପ୍ରଖରକିରଣ ଅନୁଭବ ହେବା ମକର ସଂକ୍ରାନ୍ତିର ବାର୍ତ୍ତା ବୋଲି ଲୋକେ ଅଭିହିତ କରି ଥା’ନ୍ତି। ଏହି ଉପଲକ୍ଷେ ମା ସମଲେଶ୍ଵରୀ ମା ପାଟନେଶ୍ୱରି , ଲୋକନାଥ ବାବା, ଚନ୍ଦ୍ରଶେଖର ମହାଦେବ, ରାଧାକୃଷ୍ଣ ମନ୍ଦିର, ରାମ ଚରିତ ମାନସ ମନ୍ଦିର, ନୃସିଂହ ମନ୍ଦିର, ସହର ଭିତରେ ଥିବା ବିଭିନ୍ନ ସଙ୍କଟ ମୋଚନ ହନୁମାନ ମନ୍ଦିର ଗୁଡିକ ରେ ବିଶେଷ ପୂଜା ଅନୁଷ୍ଟିତ ହୋଇ ମକର ଚାଉଳ ପ୍ରସାଦ ରୂପେ ବଣ୍ଟନ ହୋଇଥିଲା।ଗୋପାଳଜୀ ମନ୍ଦିର ଓ ପରିସର ରେ ଥିବା ଗାୟତ୍ରୀ ଶକ୍ତି ପୀଠ ରେ ଗାୟତ୍ରୀ ପୂଜନ ହୋମ ଯଜ୍ଞ ସହିତ ବିଭିନ୍ନ ମନ୍ଦିର ରେ ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇ ଭକ୍ତ ଙ୍କୁ ବିତରଣ ହୋଇଥିଲା।