ବଲାଙ୍ଗିର, ବଲାଙ୍ଗୀର ତୁଳସୀନଗର ସ୍ଥିତ ଟାଙ୍ଗେଶ୍ବର ମନ୍ଦିର ପରିସର ରେ ବଲାଙ୍ଗୀର ବ୍ରାହ୍ମଣ ମହାସଭା ଆନୂକୁଲ୍ୟ ରେ ପର୍ଶୁରାମ ବାହିନୀ ର ଏକ ସାଂଗଠନିକ ସଭା ଅନୁଷ୍ଟିତ ହୋଇଥିଲା।ପ୍ରଥମେ, ଓଂ କାର ଧ୍ବନୀ ସହ ପର୍ଶୁରାମ ବହିନୀ ର ସାଙ୍ଗଠନିକ ସଭା ଆରମ୍ଭ ହୋଇଥିଲା । ପ୍ରଥମେ ଶିବଶଙ୍କର ଖୁଆସ, ଗଂଗାଧର ଚାନ୍ଦ୍, ଶିବ ପ୍ରସାଦ ରଥ ଓ ମଞ୍ଚାସୀନ ସଦସ୍ଯ ଙ୍କ ଦ୍ବାରା ଦ୍ବୀପ ପ୍ରଜ୍ବଳନ ଏବଂ ସିଦ୍ଧେଶ୍ବର ପାଣିଗ୍ରାହୀଙ୍କ ସହ ସମସ୍ତ ବରିଷ୍ଠ ସଦସ୍ୟ ଓ ପର୍ଶୁରାମ ବାହିନୀ ସଦସ୍ୟ ମାନଙ୍କ ଦ୍ବାରା ଭଗବାନ ପର୍ଶୁରାମଙ୍କ ସଂଗୀତ ଗାନ କରାଯାଇଥିଲା।। , ସର୍ଜନ୍ ଆଚାର୍ଯ୍ଯ ନାରିକେଳ ଭଗବାନ ପର୍ଶୁରାମ ଙ୍କ ଠାରେ ଅର୍ପଣ ପରେ ରାଜ୍ୟ ବ୍ରାହ୍ମଣ ମହାସଭା ଦ୍ବାରା ରାଜ୍ୟ କାର୍ଯ୍ୟକାରି ସଭାପତି, ପର୍ଶୁରାମ ବାହିନୀ, ଓଡ଼ିଶା ଭାବେ ମନୋନୀତ ହୋଇ ଥିବାରୁ ନରେନ୍ଦ୍ର କୁମାର ଆଚାର୍ଯ୍ଯଙ୍କୁ ବଲାଙ୍ଗୀର ପର୍ଶୁରାମ ବାହିନୀ ତରଫରୁ ବ୍ରାହ୍ମଣ ମହାସଭା ସଭାପତି ଗୋପବନ୍ଧୁ ପୁରୋହିତ,ସମ୍ପାଦକ ଜୟରାମ ମିଶ୍ର ଏବଂ ବରିଷ୍ଠ ସଦସ୍ଯ ସୁଧୀର ଚାନ୍ଦ୍ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଶ୍ରୀମତି କସ୍ତୁରୀ ରଥ ଏହି ମାନପତ୍ର ପାଠ କରିଥିଲେ । ଏଠାରେ ସର୍ବସମ୍ମତି କ୍ରମେ ନବ ପର୍ଶୁରାମ ବାହିନୀ,ବଲାଙ୍ଗୀର ଶାଖା ର ଗଠନ କରାଯାଇଥିଲା । ଆଗାମୀ ଦିନରେ ଏହାର ଆଭିମୁଖ୍ଯ ସହିତ କାର୍ଯ୍ୟକ୍ରମ ଓ ଚଳିତବର୍ଷ ହେବାକୁ ଥିବା ଭଗବାନ ପର୍ଶୁରାମ ଜୟନ୍ତୀ ରୂପରେଖ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହିପରିପ୍ରେକ୍ଷୀ ରେ ଶୌମ୍ୟ ମିଶ୍ର, ପୁର୍ଣ୍ଣ ଚନ୍ଦ୍ର ପଣ୍ଡା,ବିଧୁଭୁଷଣ ତ୍ରିପାଠୀ,ରାଜେନ୍ଦ୍ର ହୋତା ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ ଏବଂ ସଭାରେ ଉପସ୍ଥିତ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲୀକା ସାହୁ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ନିର୍ମାଣ ଉପରେ ବିଶେଷ ଅବଗତ କରିବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସଭାରେ ବହୁସଂଖ୍ୟକ ଯୁବ ବ୍ରାହ୍ମଣ ଉପସ୍ଥିତ ରହି ପର୍ଶୁରାମ ବାହିନୀ ପାଇଁ ଉତ୍ସାହ ପ୍ରକାଶ କରିଥିଲେ । ଏଭଳି ଏକ କାର୍ଯ୍ୟକ୍ରମ କୁ ସକାରାତ୍ମକ ସମ୍ପାଦନ ପାଇଁ ବିଘ୍ନ ରାଜ ମିଶ୍ର ଓ ଟାଙ୍ଗେଶ୍ବର ମନ୍ଦିର କମିଟିକୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଶେଷରେ ପ୍ରଭାକର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ସୁଧୀର କୁମାର ତ୍ରିପାଠୀ ପରିଚାଳନା କରିଥିଲେ । ରାକେଶ ପଣ୍ଡା ନୂତନ ସଦସ୍ଯତାର ତାଲିକା ପ୍ରସ୍ତୁତିର କାର୍ଯ୍ୟନିର୍ବାହ କରିଥିଲେ ।
Related Stories
January 15, 2025