ସମ୍ବଲପୁର– ସର୍ଵ ସେବା ସଂଘର ରାଷ୍ଟ୍ରୀୟ ସଭାପତି ଆଦିତ୍ୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୋପୁରୀ ୱାର୍ଧାରେ ଗତ ଜାନୁଆରୀ ୧୧ ଓ ୧୨ ତାରିଖରେ ରାଷ୍ଟ୍ରୀୟ କାର୍ଯ୍ୟ ସମିତିର ବୈଠକ ହୋଇଯାଇଛି । ଏଥିରେ ଆଗାମୀ ଜାନୁଆରୀ ୩୦ ଗାନ୍ଧୀ ଶହୀଦ ଦିବସରେ ସର୍ଵ ସେବା ସଂଘ ବାରାଣସୀ ପ୍ରସଙ୍ଗରେ ଅନଶନର କାର୍ଯ୍ୟକ୍ରମ ଏବଂ ସର୍ଵ ସେବା ସଂଘର ଜମି ପ୍ରତ୍ୟାବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସ୍ମାରକପତ୍ର ପଠାଯିବ । ଗଣତନ୍ତ୍ର, ସମ୍ବିଧାନ, ସମାନତା ଏବଂ ନ୍ୟାୟ ଉପରେ ପ୍ରଚାର ପତ୍ର ପ୍ରସ୍ତୁତ ହେବ । ସଂସଦ ଅଧିବେଶନ ସମୟରେ ସର୍ଵ ସେବା ସଂଘ ବାରଣାସୀ ଜମି ପ୍ରତ୍ୟାହାର ଏବଂ ଗାନ୍ଧୀଙ୍କ ବିଚାର ଉପରେ ଆକ୍ରମଣ ବିରୁଦ୍ଧରେ ଦିଲ୍ଲୀରେ ଏକ ପଦଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସଭାପତି ଆଦିତ୍ୟ ପଟ୍ଟନାୟକ ସାମଗ୍ରୀକ ବିକାଶର ସ୍ରୋତରୁ ଉପରକୁ ଉଠି ସାଂସ୍କୃତିକ ବିକାଶ ତଥା ସର୍ବୋଦୟ ଆଦର୍ଶ ଆଡକୁ ଯିବାକୁ ହେବ ଏବଂ ରଚନା, ସଂଗଠନ, ସତ୍ୟଗ୍ରାହ, ମହିଳା, ଯୁବ ସଶକ୍ତିକରଣ ଇତ୍ୟାଦି ଉପରେ ଆମର ନୀତି ପ୍ରସ୍ତୁତ କରିବା ଉଚିତ ବୋଲି କହିଥିଲେ। । ସଂଳାପ ଜାରି ରହିବା ଉଚିତ୍, ରାଜ୍ୟ ସ୍ତରରେ ଆତ୍ମଚିନ୍ତନ କରାଯିବା ଉଚିତ୍ । ଯାହାଫଳରେ ଯେତେବେଳେ ଏକ ଆହ୍ୱାନ ଆସିବ ସେତେବେଳେ ଆମେ ଏହାର ସମ୍ମୁଖୀନ ହେବାକୁ ରଣନୀତି ପ୍ରସ୍ତୁତ କରିପାରିବା ବୋଲି କହିଥିଲେ । ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ଦାସ କହିଥିଲେ ଯେ, ଆମେ ସତ୍ୟ ପଥରେ ଅଛୁ, ଆମର ବିଜୟ ନିଶ୍ଚିତ । ଆଜି ଦେଶରେ ଗଣତନ୍ତ୍ର ସହିତ କୃଷକ, ଯୁବକ, ମହିଳା ଏବଂ ସମସ୍ତଙ୍କ ଉପରେ ଥିବା ସଙ୍କଟ ପ୍ରସଙ୍ଗରେ ଆମକୁ ଆଗକୁ ଆସିବାକୁ ପଡିବ, ସର୍ବୋଦୟ ସମାଜକୁ ମଜବୁତ କରିବା ପାଇଁ ଆମକୁ ଟଙ୍କା ବିଷୟରେ ଚିନ୍ତା ନକରି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପଡିବ, ଗାନ୍ଧୀ ଚିନ୍ତାଧାରାରେ ଯୁବକ ଏବଂ ମହିଳାମାନଙ୍କୁ ଜାଗ୍ରତ କରିବାକୁ ପଡ଼ିବ । ସର୍ଵ ସେବା ସଂଘର ସାଧାରଣ ସମ୍ପାଦକ ଡକ୍ଟର ଆନନ୍ଦ କିଶୋର ପଠାନକୋଟ ବୈଠକର ନିଷ୍ପତ୍ତି ଏବଂ କାର୍ଯ୍ୟ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ ଯାହା ସଦସ୍ୟମାନଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା।
ଏହି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ଯେ, ପୂର୍ବତନ କମିଟି ଟ୍ରଷ୍ଟି ପ୍ରଫେସର ରାମଜୀ ସିଂ, ମଧୁସୂଦନଜୀ ଏବଂ ସୋମନାଥ ରୋଡେଙ୍କ ଅବସର ପରେ ତିନିଜଣ ନୂତନ ଟ୍ରଷ୍ଟି ଶ୍ରୀ ନାରାୟଣ ଭାଇ, ଶ୍ରୀମତୀ ଗୀତାଞ୍ଜଳି ପଟ୍ଟନାୟକ ଏବଂ ରାମକାନ୍ତ ନାଥଙ୍କୁ ଚୟନ କରାଯାଇଥିଲା । ପ୍ରଫେସର ଆରିଫ୍ ଭାଇ ଦେଶର ସାମ୍ପ୍ରତିକ ପରିସ୍ଥିତି ଏବଂ ସର୍ବୋଦୟର ଭବିଷ୍ୟତ କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନ କରିଥିଲେ, ଏହାପରେ କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ରାଜ୍ୟମାନଙ୍କର ସଭାପତି ଶ୍ରୀ ମହାଦେବ ବିଦ୍ରୋହି, ନାରାୟଣ ଭାଇ, ଶିକ୍ଷାବିତ୍ ତଥା ଗାନ୍ଧୀବାଦୀ ରାଜେନ୍ଦ୍ର ଶର୍ମା, ଗୀତା ପଟ୍ଟନାୟକ, ଆବା କାମଲେ, ବାସନ୍ତ ରାଓ କେଦାର, ପ୍ରଫେସର ମନୋଜ କୁମାର,କୈଳାସ ଚନ୍ଦ୍ର ସାଉ, ଚନ୍ଦ୍ରଭୂଷଣ, ଡକ୍ଟର ଆନନ୍ଦ କିଶୋର, ଶିବବିଜୟ ସିଂ, ଧର୍ମେନ୍ଦ୍ର ସିଂ, ବିଶ୍ୱନାଥ ଆଜାଦ, ବିନୋଦ କୁମାର, ରାମଅବତାର ଗୁପ୍ତା, ମନୋଜ କୁମାର, ରାମକାନ୍ତ ନାଥ, ରାମକାନ୍ତ ମଣ୍ଡଳ, ମନୋଜ ଭାରତୀ, ଦାମୋଦରଜୀ ଆଲୋଚନାରେ ଭାଗନେଇ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଦେଶରେ ବଢ଼ୁଥିବା ଘୃଣାର ବାତାବରଣକୁ ନେଇ ଉଦ୍ବେଗ ପ୍ରକାଶକରି ପ୍ରେମପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଘୃଣା ବିରୁଦ୍ଧରେ ଠିଆହେବା ଗାନ୍ଧୀ ବିନୋବା କର୍ମୀମାନଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ବକ୍ତାମାନେ କହିଥିଲେ ।