ଭୁବନେଶ୍ୱର– ଲିଙ୍ଗରାଜ ମନ୍ଦିରରେ ବଡୁ ସେବାୟତ ସେବାୟତ ବିବାଦ ଘଟଣା । ବାରମ୍ବାର ବୈଠକ ସତ୍ତ୍ୱେ ବାହାରି ପାରିଲାନି ସମାଧାନର ବାଟ । ଗତକାଲିର ନୀତି ଠାରୁ ପୁଣି ଆରମ୍ଭ କରିବା ପାଇଁ ଦାବି କଲା ବ୍ରାହ୍ମଣ ନିଯୋଗ । କ୍ଷୀର ଆଉଟା ନୀତି ସୁଆର ନିଯୋଗ କରିବା କଥା । କିନ୍ତୁ ସେହି ନୀତିକୁ ବଡୁ ନିଯୋଗ କରିଛି । ଦୀର୍ଘ ଦିନରୁ ଏହି ସେଵା ସୁଆର ନିଯୋଗ କରୁଛି ବୋଲି ଦାବି ହୋଇଛି । ସେପଟେ ପୁରୁଣା ନଥିପତ୍ର ଧରି ନିଜ ସେବା ବୋଲି କହିଲା ବଡୁ ନିଯୋଗ । ବୈଠକରେ ଉଭୟ ପକ୍ଷୀଙ୍କ ମଧ୍ୟରେ ଲାଗି ରହିଥିଲା ଯୁକ୍ତିତର୍କ । ଫଳରେ ବିଫଳ ହେଲା ବୈଠକ । ଏବେ ବି ମକର ମଣ୍ଡପରେ ବିରାଜମାନ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଅନ୍ୟପଟେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମେ ବିବାଦର ସମାଧାନ ପାଇଁ ଚେଷ୍ଟା ଜାରି ରଖିଛୁ । ସବୁ ନିଯୋଗ ସହ ପୁଣି ବୈଠକ ହେବ । କେଉଁ ସେବକ କେଉଁ ନୀତି କରିବା ପାଇଁ ଅଧିକୃତ ସେ ନେଇ ଲିଷ୍ଟ କରାଯାଉଛି । ଖୁବଶୀଘ୍ର ସମାଧାନର ବାଟ ବାହାରିବ ।
Related Stories
January 14, 2025
January 14, 2025