
ଭୁବନେଶ୍ୱର– ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ନେମାଳ ଘଟଣା ବିଜେପି ସରକାର ଅହଙ୍କାରର ପରିଚୟ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି । ଆଇନ ମନ୍ତ୍ରୀଙ୍କ ଆଗରେ ପୋଲିସ ଅଧିକାରୀଙ୍କୁ ମାଡ ହେଉଛି। କେନ୍ଦ୍ରମନ୍ତ୍ରୀ ଜଣେ ଅଭିଯୁକ୍ତଙ୍କ ସହ ଫଟୋ ଉଠାଉଛନ୍ତି। ପ୍ରଧାନମନ୍ତ୍ରୀ ଯେଉଁଦିନ ଆସୁଛନ୍ତି ସେଦିନ ମୁଣ୍ଡ ଗଣ୍ଡି ଅଲଗା ହେଇ ଯାଉଛି। ଏସବୁ ଘଟଣା ଦେଖି ଓଡିଶା ବାସୀ ଛି ଛି କଲେଣି। ଯଦି ସାହସ ଅଛି ଆଗ ମାହାଙ୍ଗା ବିଧାୟକ ଓ କେନ୍ଦ୍ରମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କହିଛନ୍ତି।