ନୂଆଦିଲ୍ଲୀ– ଭାରତୀୟ ନୌସେନାର ଏୟାର ବେସରେ ଏକ ଘରୋଇ କଂପାନୀର ଡ୍ରୋନ ପରୀକ୍ଷଣ ସମୟରେ କ୍ରାସ ହୋଇ ସମୁଦ୍ର ଭିତରକୁ ଖସିପଡିଛି । ଏହି ଡ୍ରୋନର ଗୁଜରାଟର ପୋରବନ୍ଦରରେ ନୌସେନାର ଏୟାର ଷ୍ଟେସନରେ ସ୍ୱୀକୃତି ପରୀକ୍ଷଣ ଚାଲୁଥିଲା । ସମୁଦ୍ରକୁ ଖସିପଡିଥିବା ଡ୍ରୋନକୁ ମଙ୍ଗଳବାର ଜବତ କରାଯାଇଛି । ଡ୍ରୋନ ଖସିବାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।