ଭୁୁବନେଶ୍ୱର– ଜନଜାତି ମାନଙ୍କର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେବା ସହ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଜୀବନ ଜୀବିକା ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।ସାଧାରଣ ତନ୍ତ୍ର ଦିବସ ଅବସରରେ ଗତକାଲି ପ୍ରଦର୍ଶନୀ ପଡିଆ ଠାରେ ଆରମ୍ଭ ହୋଇଥିବା ଆଦିବାସୀ ମେଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଆ ସଂସ୍କୃତିରେ ଜନଜାତି ମାନଙ୍କର କଳା, ନୃତ୍ୟ ଓ ସଂଗୀତର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ସେମାନଙ୍କ ସଂସ୍କୃତିର ବିବିଧତା ଅଧିକ । ଯାହା ଫଳରେ ଆମର ସଂସ୍କୃତିକୁ ଅଧିକ ଆକର୍ଷଣୀୟ ହୋଇଛି । ଭୁବନେଶ୍ୱର ଆଦିବାସୀ ମେଳା ଖୁବ ଲୋକପ୍ରିୟ ହୋଇ ପାରିଛି । ଏବର୍ଷ ମଧ୍ୟ ଷ୍ଟଲ ଗୁଡିକ ଆକର୍ଷଣୀୟ ହୋଇଛି । ମେଳାରେ ମିଳୁଥିବା ଜିନିଷ ଗୁଡିକୁ ବିଶେଷ କରି ଜୈବିନ ଉତ୍ପାଦ ସାମଗ୍ରୀର ବହୁତ ଅଧିକ ଚାହିଦା ରହିଛି । ସବୁ ବର୍ଷ ପରି ଏବର୍ଷ ମଧ୍ୟ ଖୁବ ଭଲ ବ୍ୟବସାୟ ହେବ । ଦର୍ଶକ ମାନେ ଏହାର ସୁଯୋଗ ନେବା ଉଚିତ । ଆଦିବାସୀ ମାନଙ୍କର ସାମାଜିକ ବିକାଶ କରି ମୁଖ୍ୟସ୍ରୋତକୁ ଆଣିବା ପାଇଁ ବିଭିନ୍ନ ଯୋଜନା କା ର୍ଯ୍ୟକାରୀ କରା ଯାଉଛି ।
ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ ଯେ ଆଦିବାସୀ ମେଳା ଏକ ଆନ୍ଦୋଳନରେ ପରିଣତ ହୋଇଛି । ସେମାନଙ୍କର ଉତ୍ପାଦିତ ସାମଗ୍ରୀ ପ୍ରତିବର୍ଷ ବୃଦ୍ଧି ପାଉଛି ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆଦିବାସୀ ଓ ବନଜା ପତ୍ରିକା ଉନ୍ମୋଚନ କରିଥିଲେ ଓ ପ୍ରତିଭା ମାନଙ୍କୁ ସମ୍ମାନିତ କରିଥିଲେ ।