ମହାକୁମ୍ଭ ନଗର– ପୌଷ ପୂର୍ଣ୍ଣିମା ଅବସରରେ ରାତିରୁ ଛାଇ ରହିଥିବା କୁହୁଡି ସତ୍ତ୍ୱେ ସଙ୍ଗମ ଓ ମହାକୁମ୍ଭ ମେଳା ଅଂଚଳରେ ସ୍ନାନାର୍ଥୀଙ୍କ ଭିଡ ଜମିଛି । ହର ହର ଗଙ୍ଗେ ଘୋଷ ସହିତ ସ୍ନାନ କରିବା ପାଇଁ ଲୋକଙ୍କ ଉତ୍ସା ଦେଖିବାକୁ ମିଳିଥିଲା । ବ୍ରହ୍ମ ମୂହୁର୍ତ୍ତରେ ସ୍ନାନାର୍ଥୀମାନୋ ଗଙ୍ଗେ ଯମୁନା ଓ ଅଦୃଶ୍ୟ ସରସ୍ୱତରର ପବିତ୍ର ସଙ୍ଗମର ଜଳରେ ସ୍ନାନ କରିଛନ୍ତି । ପୌଷ ପୂର୍ଣ୍ଣିମା ଅବସରରେ ସ୍ନାନ ସହିତ ମହାକୁମ୍ଭର ଶୁଭାରମ୍ଭ ହୋଇଛି । ଲକ୍ଷାଧିକ ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରୁଛନ୍ତି । ପୂରା ଦିନ ସଙ୍ଗମ ତଟର ଭିନ୍ନ ଭିନ୍ନ ଘାଟରେ ସ୍ନାନ ଚାଲିବ । ପୌଷ ପୂର୍ଣ୍ଣିମା ପର୍ବ ଅବସରରେ 1 କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିବା ନେଇ ଅନୁମାନ କରାଯାଉଛି । ମହାକୁମ୍ଭ ପୂର୍ବରୁ ସ୍ନାନ ପର୍ବ ପୌଷ ପୂର୍ଣ୍ଣିମାର ଦିନକ ପୂର୍ବରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ ପକାଇଛନ୍ତି । ରବିବାର ପ୍ରାୟ 50ଲକ୍ଷ ଶ୍ରଦ୍ଧାଳୁ ସଙ୍ଗମ ତ୍ରିବେଣୀରେ ଆସ୍ଥାର ବୁଡ ପକାଇଛନ୍ତି । ଏଥର ମହାକୁମ୍ଭରେ 45 କୋଟିରୁ ଅଧିକ ଶ୍ରଦ୍ଧାଳଚ ସଙ୍ଗମରେ ସ୍ନାନ କରିବାର ଅନୁମାନ କରାଯାଉଛି ।
ଘାଟର ସୁରକ୍ଷା ପାଇଁ ଖାସ୍ ବ୍ୟବସ୍ଥା କରାଯାଇଛି । ଜଳ ପୋଲିସ ଓ ଏନଡିଆରଏଫ ମୁତୟନ ହୋଇଛନ୍ତି । ସ୍ନାନ ଘାଟରେ ଗଙ୍ଗା ଓ ଯମୁନାର ଜଳଧାରାରେ ଡିପ୍ ୱାଟର ବ୍ୟାରିକେଡିଂ କରାଯାଇଛି । ଗଙ୍ଗା ଓ ଯମୁନା କୂଳରେ ପ୍ରାୟ 12 କିଲୋମିଟରରେ ସ୍ନାନ ଘାଟ ପ୍ରସ୍ତୁତ କରାଯାଇଛି । ପୌଷ ପୂର୍ଣ୍ଣିମା ସ୍ନାନ ପର୍ବରୁ ହିଁ ମହାକୁମ୍ଭରେ ପବିତ୍ର କଳ୍ପବାସର ଶୁଭାରମ୍ଭ ହେବ । ଜାନୁୟାରୀ 14 ମକର ସଂକ୍ରାନ୍ତିରେ ସମସ୍ତ 13 ଅଖାଡର ସନ୍ଥ ସ୍ନାନ କରିବେ ।