
କନ୍ଧମାଳ– କନ୍ଧମାଳ ଜିଲ୍ଲା ଡିଇଓ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ପ୍ରତିଯୋଗିତାରେ ଜିଲ୍ଲାର ପ୍ରତ୍ଯକ ସ୍କୁଲର ଦୁଇ ଜଣ ବଛା ବଛା ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଭାଷଣ ଓ କିପରି ସାଂସଦରେ ଇଂରେଜୀ, ହିନ୍ଦୀ ଭାଷାରେ ପରିବେଷଣ କରାଯାଉଛି ଏହାରି ଉପରେ ଏକ ପ୍ରତିଯୋଗିତା ହୋଇଥିଲା। ଏଥିରେ କନ୍ଧମାଳ ଜିଲ୍ଲାର ବେଲପଦର ନିକଟରେ ଥିବା ଧୋବାତୋଟା ଓଡିଶା ଆଦର୍ଶ ବିଦ୍ୟାଳୟର ଏକାଦଶର ଛାତ୍ରୀ କ୍ଷୀରାବ୍ଧି ତନୟା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ଭୁବନେଶ୍ୱର ଠାରେ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଏହି ପ୍ରତିଯୋଗିତାଟି ୭ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖରେ ଶେଷ ହୋଇଥିଲା। ଏଥିରେେ ୩୦ ଗୋଟି ଜିଲ୍ଲାରୁ ଛାତ୍ର ଛାତ୍ରୀମାନେ ଆସି ଭୁବନେଶ୍ୱର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶା, ଭୁବନେଶ୍ୱର ଠାରେ ରହି ଶିକ୍ଷକ ଓ ଜୁରୀ ମେମ୍ବର ଦ୍ୱାରା ପ୍ରଶିକ୍ଷଣ ନେଇଥିଲେ। ଏହି ପ୍ରଶିକ୍ଷଣ ସମୟରେ ୩୦ ଗୋଟି ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କ ହିନ୍ଦୀ ଓ ଇଂରାଜୀର ଶୈଳିକୁ ଦେଖି ପ୍ରଧାନମନ୍ତ୍ରୀ, ଖଣି ମନ୍ତ୍ରୀ, ବିରୋଧୀ ଦଳର ନେତା, ଅର୍ଥମନ୍ତ୍ରୀ ଓ ରାଷ୍ଟ୍ରପତି ପରି ଏହିପରି ୩୦ ଜଣକୁ ନିଜ ନିଜର ରୋଲ କରିବାକୁ ଦିଆଯାଇଥିଲା। ଏହି ରୋଲକୁ ପରିବେଷଣ ଓ ପ୍ରତିଯୋଗିତା କରିବା ପାଇଁ ଛାତ୍ର ଛାତ୍ରୀଙ୍କୁ ୧୦ ତାରିଖ ଦିନ ଭୁବନେଶ୍ୱର କୃଷି ଭବନଠାରେ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର ବେଲପଦର ନିକଟ ଧୋବାତୋଟାର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ କ୍ଷୀରାବ୍ଧି ତନୟା ସମସ୍ତଙ୍କୁ ପଛରେ ପକାଇ କନ୍ଧମାଳ ଜିଲ୍ଲା, ଓଡିଶା ଆଦର୍ଶ ବିଦ୍ୟାଳୟର ନାଁକୁ ଦୁଇଗୁଣ କରିଦେଇଛନ୍ତି । ଏଥିପାଇଁ ସେ ମୁଖ୍ୟ ଅତିଥିଙ୍କ ଠାରୁ ରାଜ୍ୟ ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ସଫଳ ପାରଦର୍ଶିତା ଏୱାର୍ଡ ପାଇଛନ୍ତି। ଏହାକୁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶା, ଭୁବନେଶ୍ୱର ତରଫରୁ ଆୟୋଜନ କରାଯାଇଥିଲା।
ଓଏ ଭି ଛାତ୍ରୀ କ୍ଷୀରାବ୍ଧି ତନୟା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୋଲ କରି ସମସ୍ତଙ୍କୁ ଚକିତ କରିଥିଲେ ଓ ସଫଳ ପାରଦଶିର୍ତା ଆୱାର୍ଡ ସର୍ବୋତ୍ତମ ପ୍ରଦର୍ଶନ ଓଏ ଭି ଛାତ୍ରୀ କ୍ଷୀରାବ୍ଧି ତନୟା ହୋଇପାରିଛନ୍ତି। ଏଥିପାଇଁ କନ୍ଧମାଳ ଜିଲ୍ଲା, ଜିଲ୍ଲା ଶିକ୍ଷା ଅଧିକାରୀ, ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ଓ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଖୁସିବ୍ୟକ୍ତ ହେବା ସହ ଆନ୍ତରିକ ଶୁଭେଚ୍ଛା ଏବଂ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।