ଗଞାମ– ବ୍ରହ୍ମପୁର ଶିଶୁ ସାହିତ୍ୟ ବିକାଶ ପରିଷଦର ସାହିତ୍ୟ ଆସର ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ହାଡ଼ିବନ୍ଧୁ ମାଳିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆସରରେ କାର୍ଯ୍ୟକାରୀ ସଭାପତି ବିଜୟ ଚନ୍ଦ୍ର ନନ୍ଦ ଏବଂ କବୟିତ୍ରୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ ପ୍ରମୁଖ ମଞ୍ଚାସିନ ହୋଇ ସାହିତ୍ୟ ଆସର ଓ କବିତା ପାଠୋତ୍ସବକୁ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ପଣ୍ଡିତ ଚନ୍ଦ୍ର ଶେଖର ମହାପାତ୍ର ଜଗନ୍ନାଥ ଶ୍ଳୋକ ଆବୃତ୍ତି କରିଥିବା ବେଳେ ଜ୍ୟୋତ୍ସ୍ନାମୟୀ ପ୍ରଧାନ ଭଜନ ପରିବେଷଣ କରିଥିଲେ। ବରିଷ୍ଠ କବୟିତ୍ରୀ ଅମିୟ ବାଳା ପଟ୍ଟନାୟକଙ୍କ ଦେହାନ୍ତରେ ତାଙ୍କ ଆତ୍ମାର ସଦଗତି କାମନା କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା। କବୟିତ୍ରୀ ଅମିୟ ବାଳା ପଟ୍ଟନାୟକ ଆଧୁନିକ କବିତା ଜଗତରେ ସେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସେ ଜଣେ ବିଶିଷ୍ଟ ଅନୁବାଦିକା ଭାବରେ ବେଶ୍ ସୁପରିଚିତ। ଅନୁବାଦ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ହୋଇଥିଲେ ଏବଂ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସଦସ୍ୟା ଥିଲେ ବୋଲି ଏଠାରେ ଆଲୋଚନା କରାଯାଇଥିଲା।
ବରିଷ୍ଠ କବୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିଶୁ ସାହିତ୍ୟ ଆସରରେ ଉପଦେଷ୍ଟା ଡ଼ ବିଜୟ ଚନ୍ଦ୍ର ମହାରଣା ଏବଂ କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାଢୀଙ୍କ ସମେତ ହୃଷିକେଶ ଦାଶ, ବଂଶୀଧର ସେଠ, ଡଃ. ସରୋଜ କାନ୍ତ ରଥ, ହୃଷିକେଶ ଦାଶ, ଶଙ୍କର୍ଷଣ ତ୍ରିପାଠୀ, ଚନ୍ଦ୍ରଶେଖର ମହାପାତ୍ର, ସୁବାସ ଚନ୍ଦ୍ର ନାୟକ, ଇଂ. ଆଶୁତୋଷ ପାତ୍ର, ଇଂ. ସୁରେଶ ଚନ୍ଦ୍ର ପ୍ରଧାନ, ମୋହନ କୁମାର ସ୍ବାଇଁ , ଗିରୀଜ ଶଙ୍କର ଦାଶ ପ୍ରମୁଖଙ୍କ ସମେତ ଅନ୍ୟ ଶିଶୁ ସାହିତ୍ୟିକ / ସାହିତ୍ୟିକା ଯୋଗଦାନ କରିଥିଲେ। ଡଃ. ବିଜୟ ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।