ଭୁୁବନେଶ୍ୱର– ଭୁବନେଶ୍ୱରସ୍ଥିତ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ପକ୍ଷରୁ ରାଜଭବନ ପରିସର ମଧ୍ୟରେ ନୈଶ୍ୟଭୋଜି (ଆଟ୍ ହୋମ୍ ପାର୍ଟି) ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ମନ୍ତ୍ରୀ ଙ୍କ ସମେତ ସ୍ୱାଧୀନତା ସଂଗ୍ରାମୀ , ମୁଖ୍ୟ ଶାସନ ସଚିବଙ୍କ ସହ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ , ପୋଲିସ୍ ମହାନିର୍ଦ୍ଦେଶକ ପ୍ରମୁଖ ଯୋଗ ଦେଇଥିଲେ । ଏହା ବ୍ୟତୀତ ରାଷ୍ଟ୍ରପତି ପୋଲିସ୍ ମେଡାଲ ପାଇଥିବା ପୋଲିସ୍ କର୍ମଚାରୀ ଓ ଅଧିକାରୀଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଯୋଗ ଦେଇଥିଲେ । ସେହିପରି ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ , ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ , ଆଇନଜୀବୀ ପ୍ରମୁଖ ଯୋଗ ଦେଇଥଲେ । ରାଜ୍ୟପାଳ ସମସ୍ତଙ୍କ ସହ କରମର୍ଦ୍ଦନ କରି ଅଭିନନ୍ଦନ ଜଣାଇଥିଲେ ।
Related Stories
December 21, 2024