ଲକ୍ଷ୍ନୌ– ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏକ୍ସ ହ୍ୟାଣ୍ଡେଲରେ ଯୋଗୀ କହିଛନ୍ତି ଯେ, ସନାତନ ସଂସ୍କୃତିକୁ ବିଶ୍ୱ ପଟଳରେ ପୁନର୍ସ୍ଥାପିତ କରିଥିବା ମହାନ ଯୁବ ସନ୍ନ୍ୟାସୀ, ଯୁଗ ପ୍ରବର୍ତ୍ତକ ଚିନ୍ତକ, ଯବକଙ୍କ ପ୍ରେରଣାସ୍ରୋତ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ ଏବଂ ଜାତୀୟ ଯୁବ ଦିବସର ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ସେ ବିଶ୍ୱକୁ ଏହା ଦେଖାଇଥିଲେ ଯେ ହିନ୍ଦୁ ଧର୍ମ ମାନବତାର ପ୍ରକୃତ ମାର୍ଗଦର୍ଶକ ଅଟେ । ଆସନ୍ତୁ ଜାତୀୟ ଯୁବ ଦିବସ ଅବସରରେ ତାଙ୍କ ବିଚାରକୁ ଆତ୍ମସାତ କରି ରାଷ୍ଟ୍ର ନିର୍ମାଣ ପାଇଁ ସଂକଳ୍ପ ନେବା ।