କୋଲକାତା– କେନ୍ଦ୍ର ସରକାର ଶିକ୍ଷା ବର୍ଷ 2023-24ରେ ସାରା ଦେଶରେ ସ୍କୁଲରେ ଛାତ୍ରରେ ଦାଖଲ ସ୍ଥିତି ଉପରେ ଏକ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟ ଅନୁସାରେ, ଛାତ୍ରଶୂନ୍ୟ ସ୍କୁଲ ସଂଖ୍ୟା ମାମଲାରେ ପଶ୍ଚିମବଙ୍ଗ ଦେଶରେ ସବୁଠୁ ଆଗରେ । ଏହାପରେ ରାଜସ୍ଥାନ ଓ ତେଲେଙ୍ଗାନା ରହିଛି ।
ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗରେ ଗତ ବର୍ଷ ତିନି ହଜାର 254 ସ୍କୁଲ ଏଭଳି ଥିଲା ଯେଉଁଠି ଜଣେ ବି ଛାତ୍ର ଦାଖଲ ହୋଇନାହିଁ, ଏହି ସ୍କୁଲରେ 14ହଜାର 627 ଶିକ୍ଷକ ନିୟୋଜିତ ଅଛନ୍ତି । ଏହା ବ୍ୟତୀତ ରାଜ୍ୟରେ 6366 ସ୍କୁଲ ଏଭଳି ଥିଲା, ଯେଉଁଠି ଛାତ୍ରଙ୍କ ସଂଖ୍ୟା ସତ୍ତ୍ୱେ କେବଳ ଜଣେ ଶିକ୍ଷକ ଥିଲେ ।
ସାରା ଦେଶରେ ଗତ ଶିକ୍ଷା ବର୍ଷରେ 12954 ସ୍କୁଲ ଏଭଳି ରହିଥିଲା, ଯେଉଁଥିରେ କୌଣସି ଛାତ୍ର ଦାଖଲ ହୋଇନଥିଲେ, କିନ୍ତୁ 31ହଜାର 981 ଶିକ୍ଷକ ଏହି ସ୍କୁଲରେ ନିୟୋଜିତ ଥିଲେ । ଏହା ବ୍ୟତୀତ ପ୍ରାୟ ଏକ ଲକ୍ଷ 10ହଜାର ସ୍କୁଲ ଏଭଳି ଥିଲା ଯେଉଁଠି ଛାତ୍ର ଥିବା ସତ୍ତ୍ୱେ କେବଳ ଜଣେ ଶିକ୍ଷକ ନିଯୁକ୍ତ ଥିଲେ । ରାଜସ୍ଥାନରେ ଦୁଇ ହଜାର 167 ସ୍କୁଲ ଛାତ୍ର ଶୂନ୍ୟ ଥିଲା, ତେଲେଙ୍ଗାନାରେ ବି ଏହି ସଂଖ୍ୟା 2097 ଥିଲା ।