ହାଇଦ୍ରାବାଦ-ଏକ ଘରୋଇ ବସ ଠିଆ ହୋଇଥିବା ଲରି ସହ ଧକ୍କା ହୋଇ 4ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 8ଜଣ ଗୁରୁତର ଆହତ ହୋଇଛନ୍ତି । ବସର ଟାୟାର ଫାଟିବା କାରଣରୁ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ ସୂର୍ଯ୍ୟାପେଟ-ଖମ୍ମମ ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଭୟାବହ ସଡକ ଦୁର୍ଘଟଣା ଘଟିଛି । ଏକ ଘରୋଇ ବସ ଠିଆ ହୋଇଥିବା ଲରିକୁ ଧକ୍କା ଦେଇଛି । ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ମହିଳା ଓ ଦୁଇଜଣ ପୁରୁଷ ଅଛନ୍ତି । ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।