କନ୍ଧମାଳ– କନ୍ଧମାଳ ଜିଲ୍ଲାରେ ଗତ କିଛି ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ଗତ ୨ତାରିଖରୁ କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ସମେତ ଜିଲ୍ଲାର ଘୁ.ଉଦୟଗିରି ଓ ଦାରିଙ୍ଗବାଡିରେ ତାପମାତ୍ରା ଖସୁଥିବା ବେଳେ ଆଜି ତାପମାତ୍ରା ୬ ଡିଗ୍ରୀ କୁ ଖସି ଆସିଛି । ଆଜି ଜିଲ୍ଲାର ଘୁ.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୭.୫ ଏବଂ ଦାରିଙ୍ଗବାଡିରେ ୯ ଡିଗ୍ରୀ ରହିଥିବା ନେଇ ପାଣିପାଗ ବିଭାଗ ସୁତ୍ରରୁ ଜଣାପଡିଛି । ଏହାର ପ୍ରଭାବରେ ଜିଲ୍ଲାର ସମସ୍ତ ୧୨ଟି ବ୍ଳକରେ ଭୀଷଣ ଶୀତ ଅନୁଭୁତ ହେଉଛି । ସକାଳୁ ଘନ କୁହୁଡିରେ ସମଗ୍ର ଅଂଚଳ ଆଛାଦିତ ହୋଇ ରହୁଛି ଏବଂ ସକାଳ ୧୦ଟା ପୁର୍ବରୁ ସୂର୍ଯ୍ୟ କିରଣ ଦେଖିବାକୁ ମିଳୁନାହିଁ । ଓଡିଶାର କାଶ୍ମୀର କୁଯାଉଥିବା ଦାରିଙ୍ଗବାଡିରେ ଆଜି ମୃଦୁ ତୃଷାରକଣା ଦେଖିବାକୁ ମିଳିଛି । ଫଳରେ ସେଠାକାର ପରିବେଷ ଅତ୍ୟନ୍ତ ମନୋରମ ହୋଇ ଉଠିଛି ଜିଲ୍ଲାକୁ ଆସିଥିବା ପର୍ଯ୍ୟଟକ ମାନଙ୍କ ପାଇଁ । ଅନ୍ୟ ପକ୍ଷରେ ସକାଳୁ ନିଜ ନିଜ କାର୍ଯ୍ୟରେ ଯୋଗ ଦେଉଥିବା ସଫେଇ କର୍ମଚାରୀ ଏବଂ ଶ୍ରମିକ ଶ୍ରଣୀର ଲୋକଙ୍କ ପାଇଁ ସେମାନଙ୍କର କାର୍ଯ୍ୟରେ ଯୋଗ ଦେବା କଷ୍ଟସାଧ୍ୟ ହୋଇପଡୁଛି । ସେମାନେ ଶୀତ ଦାଉରୁ ରକ୍ଷା ପାଇବାକୁ ରାସ୍ତା କଡରେ ନିଆଁ ଜାଳି ତା ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି । ଅନ୍ୟ ପକ୍ଷରେ ଯୁବ ପୀଢି ସକାଳୁ ବ୍ୟାବୟାମ କରିବାକୁ ବାହାରିବା ତଥା ଫୁଲବାଣୀ ଷ୍ଟାଡିଅମରେ ଓ ଇନଡୋର ରେ ମଧ୍ୟ ବ୍ୟାଡମିଣ୍ୱ୍ଟନ ଖେଳାଳି ମାନଙ୍କ ଭୀଡ ଦେଖାଯାଇଉଛି । ସେହିଭଳି ଚା ଖଟିରେ ଲୋକଙ୍କର ଭୀଡ ଦେଖାଯାଉଛି । ଜିଲ୍ଲାକୁ ଆସିଥିବା ପର୍ଯ୍ୟଟକ ମାନଙ୍କ ଭୀଡ ଜମିଛି ଜିଲ୍ଲାର ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟ ସରଗରମ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳିରେ ପିନିକର ଆସର ଦେଖାଯାଇଉଛି । ସକାଳୁ ଜିଲ୍ଲାର ଗ୍ରାମାଂଚଳରୁ ସହରକୁ ନିଜ ନିଜର ଉତ୍ପାଦନ ଓ ପନିପରିବା ବିକ୍ରି କରିବାକୁ ଆସୁଥିବା ବୃଦ୍ଧ ଏବଂ ବୟସ୍କ ବ୍ୟକ୍ତି ମାନେ ଶୀତର ପ୍ରକୋପ ଯୋଗୁଁ ନାହିଁ ନଥିବା କଷ୍ଟ ଅନୁଭବ କରୁଛନ୍ତି । ତେବେ ଚଳିତ ବର୍ଷ ଶୀତ ଲହରୀ ନିରନ୍ତର ହୋଇ ନଥିବା ଓ ଲଘୁଚାପ କାରଣରୁ କିଛି ଦିନ ବ୍ୟବଧାନରେ ଶୀତ ଅନୁଭୁତ ହେଉଛି । ଜାନୁୟାରୀ ୨ ତାରିଖରୁ ତାପମାତ୍ରା ଖସି ଫୁଲବାଣୀରେ ୯.୫ ଡିଗ୍ରୀ ସେଲସିଅସ୍ ଓ ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ରହିଥିଲା । ସେହିପରି ୩ ତାରିଖରେ ସେହି କ୍ରମରେ ୭.୫,୮.୫ ଡିଗ୍ରୀ,୪ ତାରିଖରେ ୭.୫,୯.୫ ଡିଗ୍ରୀ,୫ ତାରିଖରେ ୮ ଓ ୮.୫ ଡିଗ୍ରୀ ଏବଂ ୯ତାରିଖରେ ୬.୮ ସେଲସିଅସ୍ ରହିଥିଲାହେଲେ ଆଜି ଫୁଲବାଣୀରେ ୭.୫ ଡିଗ୍ରୀ ଏବଂ ଦାରିଙ୍ଗବାଡିରେ ତାପମାତ୍ରା ୯ ଡିଗ୍ରୀ ସେଲସିଅସ ରହିଛି । ଏହିଭଳି ପାଣିପାଗ ଆଗାମୀ କିଛି ଦିନ ଧରି ଚାଲିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି ।
Related Stories
January 10, 2025
January 10, 2025