ଭୁବନେଶ୍ୱର– ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲା ସ୍ତରୀୟ ସ୍କ୍ୱାର୍ଡ । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ଅଧ୍ୟକ୍ଷ ଡ.ପ୍ରଶାନ୍ତ ପରିଡା । ପୂର୍ବରୁ ବିଭିନ୍ନ ଜିଲ୍ଲାରେ ସ୍କ୍ୱାର୍ଡ ପହଂଚି ପାରୁନଥିଲେ । ରାଜ୍ୟସ୍ତରୀୟ ସ୍କ୍ୱାର୍ଡ ଗଠନ ହେଉଥିଲା । ଗତ ବର୍ଷ ପରୀକ୍ଷାମୂଳକ ଭାବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡ କରି ସଫଳତା ପାଇଥିଲୁ । ତାକୁ ଦୃଷ୍ଟିରେ ରଖି ଚଳିତ ଥର ସବୁ ଜିଲ୍ଲାରେ ସ୍କ୍ୱାର୍ଡ ମୁତୟନ ହେବେ । ବଡ଼ ଜିଲ୍ଲାରେ ଦୁଇଟି ଓ ଛୋଟ ଜିଲ୍ଲାରେ ଗୋଟେ ଗ୍ରୁପ ରହିବେ । ସମସ୍ତ ଖର୍ଚ୍ଚ ସିଏଚଏସଇ ବହନ କରିବ । ଏଥର କଡାକଡି ଭାବେ ଦେଖାଯିବ ଯେ ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ଯେପରି ପରୀକ୍ଷା ପରିଚାଳନାରେ ରହିବେ ନାହିଁ ।
Related Stories
January 9, 2025