ଭୁବନେଶ୍ୱର– ଭୁବନେଶ୍ୱରରେ ସଫେଇ କର୍ମଚାରୀଙ୍କୁ ହତ୍ୟା ମାମଲାକୁ ନେଇ ବର୍ଷିଲେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି ହତ୍ୟାକାଣ୍ଡ ପରେ ଭୟର ବାତାବରଣ ଖେଳି ଯାଇଛି । ଲୋମ ଟାଙ୍କୁରୀ ଉଠୁଛି । ସେ ପୋଲିସ ମିତ୍ର ଥିଲେ । ନିଶା ନିବାରଣ ପାଇଁ ଲଢେଇ କରୁଥିଲେ । ମୁଖ୍ୟ ଆସାମୀ ଯେଉଁମାନେ ନିଶା ବ୍ୟାପାରୀଙ୍କ ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ସେଥିପାଇଁ ତାଙ୍କୁ ଏନଏଚ ଉପରେ ଆକ୍ରମଣ କରି ହତ୍ୟା କଲେ । ବେକ କାଟି ଦେଲେ । ମୁଖ୍ୟ ଆସାମୀ ସମ୍ପର୍କରେ କିଛି ଦିନ ତଳେ ପୋଲିସକୁ ଖବର ଦେଇଥିଲା ସହଦେଵ । ଜେଲରୁ ଫେରି ସହଦେଵର ସୁପାରୀ ଦିଆଗଲା । ପୋଲିସ ଇନଫର୍ମରକୁ ସୁରକ୍ଷା ନାହିଁ । ଚାରି ଆଡ଼େ ପୋଲିସ ଛାଉଣୀ ପ୍ରବାସୀ ଭାରତ ସମ୍ମିଳନୀ ପାଇଁ । ହେଲେ ଏତେ ଛାଉଣୀ ଭିତରେ ତାକୁ ହତ୍ୟା କଲେ । ଆଉ କେହି ପୋଲିସକୁ ସୂଚନା ଦେବାକୁ ଭୟ କରିବେ । କାରଣ ଜୀବନ ପଳେଇବ ।
ସହଦେଵର ଦୁଇ ଛୋଟ ଝିଅ. ଏହି ଷଡଯନ୍ତ୍ର ପଛରେ କିଏ? ତାଙ୍କୁ ଧରା ଯାଉ । କଲ ଡିଟେଲ ରିପୋର୍ଟ ବାହାରିବା ଦରକାର । ପୋଲିସକୁ ସେ ଖବର ଦିଏ ବୋଲି ଅଭିଯୁକ୍ତ କେମିତି ଜାଣିଲେ? ପୋଲିସ ସୁରକ୍ଷା ଦେଲାନି ବୋଲି ସେ ମଲା । ଶରୀରର 21 ସ୍ଥାନରେ ହଣା ଯାଇଛି । ସାଧାରଣ ଲୋକ ଏଠି ସୁରକ୍ଷିତ ନୁହେଁ । ନିରାପଦ ପାଇଁ ପ୍ରଶ୍ନ ଉଠୁଛି? ସହଦେଵ ପରୋପକାରୀ । ଫାଷ୍ଟ ଟ୍ରାକ କୋର୍ଟରେ ବିଚାର ହୋଇ ଦଣ୍ଡ ଦିଆଯାଉ । ପୋଲିସକୁ ଖବର ଦେଲେ ଯଦି ମାରିବେ, ପୋଲିସ ଆମ ବନ୍ଧୁ କେମିତି ହେବ? ପୋଲିସ ଏକ କୋଟି କ୍ଷତିପୂରଣ ଦିଆଯାଉ ସହଦେଵଙ୍କ ପରିବାରକୁ । ଆଜି ଭୁବନେଶ୍ୱର ବିହାର ଠାରୁ ବଳି ଗଲାଣି । ଭିଭିଆଇପି ଏଠାକୁ ଆସୁଛନ୍ତି । ହେଲେ ସୁରକ୍ଷା କୁଆଡେ ଗଲା? ଆଜି ସନ୍ଧ୍ୟା ସମୟରେ ସହଦେଵଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ରାଲି କରାଯିବ । କ୍ଷତିପୂରଣ ନ ମିଳିଲେ, 7 ଦିନ ପରେ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଅନନ୍ତ ନାରାୟଣ ଜେନା କହିଛନ୍ତି ।