ଭୁବନେଶ୍ୱର– ପ୍ରବାସୀ ଭାରତୀୟ ଦିବସର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱର ପ୍ରତି କୋଣରେ ନିଜର ପ୍ରତିଭା ଓ ପରିଶ୍ରମରେ ଭାରତର ପରିଚୟକୁ ସଶକ୍ତ କରିଥିବା ସମସ୍ତ ପ୍ରବାସୀ ଭାରତୀୟଙ୍କୁ ପ୍ରବାସୀ ଭାରତୀୟ ଦିବସର ହାର୍ଦ୍ଦିକ ଶୁଭକାମନା ।
ଏହା କେବଳ ମାତ୍ର ଏକ ଦିବସ ନୁହେଁ, ବରଂ ସେହି ଭାବନା ଓ ସଂପର୍କର ଉତ୍ସବ ଅଟେ, ଯାହା ପ୍ରତି ପ୍ରବାସୀ ଭାରତୀୟଙ୍କୁ ନିଜ ମାତୃଭୂମି ସହିତ ଯୋଡିଥାଏ । ଆପଣ ସମସ୍ତଙ୍କ ଯୋଗଦାନ କେବଳ ଭାରତର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିନାହିଁ ବରଂ ଆର୍ଥିକ ଓ ସାମାଜିକ ବିକାଶରେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ପ୍ରବାସୀ ଭାରତୀୟ ଭାଇ ଭଉଣୀ କେବଳ ନିଜ ବ୍ୟକ୍ତିଗତ ସଫଳତାର ପ୍ରତୀକ ନୁହନ୍ତି ବରଂ ଭାରତୀୟ ସଂସ୍କୃତି, ମୂଲ୍ୟ ଓ ପରମ୍ପରାର ସଶକ୍ତ ଦୂତ ବି ଅଟନ୍ତି । ଭାରତ ଓ ବିଶ୍ୱର ପ୍ରଗାଢ ସଂପର୍କ ମଧ୍ୟରେ ସେତୁର କାମ କରିଥିବା ସମସ୍ତ ପ୍ରବାସୀ ଭାରତୀୟଙ୍କ ଉପରେ ଦେଶ ଗର୍ବିତ ।