ଭୁବନେଶ୍ୱର– ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ସେ କହିଛନ୍ତି ହତ୍ୟାକାଣ୍ଡକୁ ନେଇ ମେୟର ଭାବେ ମୁଁ ଲଜ୍ଜିତ । ଆଜି ସମସ୍ତେ ଆତଙ୍କିତ । ଭୁବନେଶ୍ୱର ସୁରକ୍ଷା ବଳରେ ରହି ଦିନରେ ଏପରି ହତ୍ୟାକାଣ୍ଡ ହେଇଛି, ଲୋକେ କେମିତ ରହିବେ? ଚିନ୍ତା ବଢିଛି । ସହଦେଵ ପୋଲିସ ମିତ୍ର ଥିଲେ । ହେଲେ ତାଙ୍କୁ ସୁରକ୍ଷା ନ ଦେଇ ପାରୁଥିଲେ, ସାଧାରଣ ଲୋକଙ୍କୁ ସୁରକ୍ଷା ଦେଵେ କେମିତି? କ୍ଷତିପୂରଣ ସହ ପତ୍ନୀଙ୍କୁ ଚାକିରୀ ଦିଆଯାଉ । ନ୍ୟାୟ ନ ମିଳିଲେ, ଆମେ ତାଙ୍କ ସହ ଠିଆ ହୋଇ ରହିଥିବୁ । ଏ କେଶ ତରବରିଆ ଭାବେ ବନ୍ଦ ନ କରାଯାଉ ।
ସଫେଇ କର୍ମଚାରୀ ବାଧ୍ୟ ହୋଇ ଧାରଣାରେ ବସିଛନ୍ତି । ତାଙ୍କ ନେତୃତ୍ୱ ନେଉଥିବା ଲୋକଙ୍କୁ ହତ୍ୟା କରାଗଲା । ଭୁବନେଶ୍ୱରକୁ ସୁନ୍ଦର କରିବାକୁ ସେମାନେ ରାତି ସାରା କାମ କରୁଥିଲେ । ସେମାନଙ୍କୁ ବାଧିଛି । ସହଦେଵଙ୍କ ପାଇଁ ସମସ୍ତେ କାନ୍ଦୁଛନ୍ତି । ସଫେଇ କର୍ମଚାରୀଙ୍କ ସହ ଡିସିପି ଓ ବିଏମସି ଅଧିକାରୀଙ୍କ ଆଲୋଚନା ଜାରି ଅଛି । ସମାଧାନ ହେବ ବୋଲି ଆଶା କରୁଛୁ ବୋଲି ମେୟର କହିଛନ୍ତି ।