ଭୁବନେଶ୍ୱର– ସହଦେବଙ୍କ ପରିବାରକୁ ସରକାର ନ୍ୟାୟ ଦିଅନ୍ତୁ ବୋଲି ଦାବି କରିଛନ୍ତି ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ । ସେ କହିଛନ୍ତି ଗତକାଲି ବିଭତ୍ସ ହତ୍ୟାକାଣ୍ଡରେ ସହଦେଵଙ୍କ ଦେହାନ୍ତ ହୋଇଛି । ତାଙ୍କ ହତ୍ୟା ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ଚିନ୍ତା ବଢ଼ାଇଛି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଆସୁଛନ୍ତି । ହେଲେ ପୋଲିସ ନିଷ୍କ୍ରିୟ । ପୋଲିସ ମିତ୍ର ଯଦି ସୁରକ୍ଷିତ ନୁହେଁ, ସାଧାରଣ ଲୋକ କେମିତି ସୁରକ୍ଷା ପାଇବେ ? ବିମାନ ବନ୍ଦରରୁ ବ୍ରାଉନ ସୁଗାର ମିଳୁଛି । ଏଥିପାଇଁ ହତ୍ୟା ହୋଇଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ବାହାରକୁ ଆସିବା ଦରକାର । ସରକାର ତୁରନ୍ତ ନ୍ୟାୟ ଦିଅନ୍ତୁ ସହଦେଵଙ୍କ ପରିବାରକୁ ବୋଲି ଦାବି କରିଛନ୍ତି ସୁଶାନ୍ତ ରାଉତ ।
Related Stories
January 9, 2025