ଭୁବନେଶ୍ୱର– ଭୁବନେଶ୍ୱରର ଜନତା ମୈଦାନ ଠାରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ସଂସ୍କୃତି ଓ ଐତିହ୍ୟର ଭୂୟସୀ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେ ମହାନ ଓଡିଶା ଭୂମି, ଯାହାରେ ଆମେ ଏଇ କାର୍ଯ୍ୟକ୍ରମ ଆୟୋଜନ କରିଛୁ, ଏହି ଭୂମି ଭାରତର ସମୃଦ୍ଧ ଐତିହ୍ୟର ପ୍ରତିଫଳନ ଅଟେ । ସେ କହିଛନ୍ତି ଯେ , ଓଡିଶାର ଏକ ପ୍ରତ୍ୟେକ ପାଦରେ ଆମେ ଆମର ଐତିହ୍ୟକୁ ଦେଖିପାରିବା। ଉଦୟଗିରି ଏବଂ ଖଣ୍ଡଗିରି ଗୁମ୍ଫା , କୋଣାର୍କର ସୂର୍ଯ୍ୟ ମନ୍ଦିର କିମ୍ବା ତାମ୍ରଲିପ୍ତି, ମାଣିକପାଟଣା ଏବଂ ପାଳୁରର ପ୍ରାଚୀନ ବନ୍ଦରଗୁଡିକ ଦେଖିଲେ, ଆମେ ଗର୍ବ ଅନୁଭବ କରିବା । ଅନେକ ଶତାବ୍ଦୀ ଆଗରୁ, ଓଡିଶାର ବ୍ୟବସାୟୀ ଏବଂ ବଣିକ ମାନେ ବାଲି, ସୁମାତ୍ରା ଏବଂ ଜାଭାର ଭଳି ଅଞ୍ଚଳଗୁଡିକକୁ ଦୀର୍ଘ ସାମୁଦ୍ରିକ ଯାତ୍ରା କରୁଥିଲେ । ଏହାର ସ୍ମତିରେ ଓଡିଶାରେ ଏବେ ବାଲି ଯାତ୍ରା ପାଳନ କରାଯାଉଛି।
ସେ ଆହୁରି କହିଲେ ଯେ, ଧଉଳି ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥଳ ଯାହା ଶାନ୍ତିର ପ୍ରତୀକ ରୂପେ ପରିଚିତ। ଯେତେବେଳେ ଖଣ୍ଡା ବଳରେ ସାମ୍ରାଜ୍ୟ ବିସ୍ତାର କରାଯାଉଥିଲା ସେତେବେଳେ ସମ୍ରାଟ ଅଶୋକ ଏହି ମାଟିରେ ଶାନ୍ତିର ପଥ ଚୟନ କରିଥିଲେ। ଶ୍ରୀ ମୋଦି କହିଲେ ଯେ, ଏହି ଐତିହାସିକ ଦାୟିତ୍ୱ ଭାରତକୁ ବିଶ୍ୱକୁ ଏହା କହିବାକୁ ପ୍ରେରଣା ଦେଉଛି ଯେ, ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ରହିଛି।