ନୂଆଦିଲ୍ଲୀ- ବିଦ୍ୟାର୍ଥୀଙ୍କ ପରୀକ୍ଷା ସହିତ ଜଡିତ ଚିନ୍ତାକୁ ଉତ୍ସବର ମାହୋଲରେ ପରିବର୍ତ୍ତନ କରିବାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ପଦକ୍ଷେପ ପରୀକ୍ଷା ପେ ଚର୍ଚ୍ଚା-2025 ପାଇଁ ପଂଜିକରଣ ପ୍ରକ୍ରିୟା ଜୋରରେ ଚାଲିଛି । ଔପଚାରିକ ସୂଚନା ମୁତାବକ ଏବେ ସୁଦ୍ଧା 2.79କୋଟିରୁ ଅଧିକ ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକ ପଂଜିକରଣ କରି ଏହାକୁ ଦେଶବ୍ୟାପୀ ଆନ୍ଦୋଳନର ରୂପ ନେଇଛନ୍ତି ।
ଶିକ୍ଷା ମନ୍ତ୍ରାଳୟ ଗୁରୁବାର ଏକ ବୟାନରେ କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ପଦକ୍ଷେପ ପରୀକ୍ଷା ପେ ଚର୍ଚ୍ଚା ସହିତ ଜଡିତ ଚିନ୍ତାକୁ ଉତ୍ସବରେ ବଦଳାଇବା ପାଇଁ ଏକ ଦେଶବ୍ୟାପୀ ଆନ୍ଦୋଳନ ଭାବେ ଆଗକୁ ବଢୁଛି । ପିପିସିର 8ତମ ସଂସ୍କରଣ ଭାରତ ଓ ବିଦେଶର ବିଦ୍ୟାର୍ଥୀ, ଶିକ୍ଷକ ଓ ଅଭିଭାବକରେ 2.79 କୋଟିରୁ ଅଧିକ ପଂଜିକରଣ ସହିତ ଏକ ଅଦ୍ଭୁତପୂର୍ବ ଉପଲବ୍ଧି ହାସଲ କରିଛି ।