
ବଲାଙ୍ଗିର, ଗତ ପ୍ରାୟ ୨୦ ବର୍ଷ ତଳେ ସିନ୍ଧେକେଲା ଓ ଚାନ୍ଦୋତରା ଗ୍ରାମର ମଧ୍ୟଦେଇ ବହି ଯାଇଥିବା ବିସ୍ତିର୍ଣ୍ଣ ନଦୀ ଉପରେ ତିଆରି ହୋଇଥିଲା ସେତୁ। ସିନ୍ଧେକେଲା ରୁ ନୁଆପଡା ଓ କଳାହାଣ୍ଡି ଜିଲ୍ଲାକୁ ଏବଂ ନଦୀ ଆରପଟରୁ ବଲାଙ୍ଗୀର ଜିଲ୍ଲାକୁ ସଂଯୋଗ କରେ ଏହି ସେତୁ । ଏହି ସେତୁ କୁ ସୀମାନ୍ତ ଅଞ୍ଚଳର ଲାଇଫ ଲାଇନ କୁହା ଯାଉଥିବା ବେଳେ ଏହି ଉନ୍ଦେର ନଦୀ ସେତୁ ଏବେ ବିପଦ ଡାକୁଛି। ବିଶେଷ କରି ନଦୀ ସେପଟରେ ଥିବା ବଙ୍ଗୋମୁଣ୍ଡା ବ୍ଲକ ଏବଂ ଟିଟିଲାଗଡ ବ୍ଲକ ଅଞ୍ଚଳର ଲୋକଙ୍କ ଜୀବନବିନ୍ଦୁ ପାଲଟିଥିବା ସେତୁ ଏବେ ଜରାଜିର୍ଣ୍ଣ ଅବସ୍ଥାରେ। କିନ୍ତୁ ଏହି ସେତୁ ନିର୍ମାଣ ହେବା ପରଠାରୁ ସରକାରୀ ତହବିଳକୁ ଟୁଲ ଟ୍ୟାକ୍ସ ଦ୍ବାରା ପ୍ରତିବର୍ଷ ମୋଟା ଅଙ୍କର ରାଜସ୍ବ ଦେଇ ଆସିଥିଲା। (ପ୍ରାୟ ଗୋଟିଏ ବର୍ଷ ହେଲା ଟୋଲ ଗେଟ ବନ୍ଦ ହୋଇଛି) । ତେବେ ମଧ୍ୟ ପ୍ରଶାସନ ତରଫରୁ ଏହି ସେତୁ ପ୍ରତି ଯେତେ ଯତ୍ନବାନ ହେବାକଥା ନିର୍ମାଣ ହେବା ଦିନଠାରୁ ସେପରି କିଛି ହୋଇଥିବା ଉଭୟ ସିନ୍ଧେକେଲା ଓ ଚାନ୍ଦୋତରା ବାସି ଦେଖିନଥିବା ଲୋକେ କହନ୍ତି। ବର୍ତମାନ ସମୟରେ ସେତୁ ଉପରେ ଖାଳଖମାର ଭର୍ତି ହୋଇଥିବା ବେଳେ ସେତୁରେ
ବ୍ୟବହାର ହୋଇଥିବା ରଡ୍ ଗୁଡିକ ବାହାରି ପଡ଼ିଥିବାରୁ ଛୋଟ ଛୋଟ ଦୁର୍ଘଟଣା ଘଟୁଥିବାରୁ କେତେବେଳେ ଯେ କୌଣସି ବଡ ଅଘଟଣ ଘଟିବ ଏହାକୁ ନେଇ ସିନ୍ଧେକେଲା ର କିଛି ସ୍ବେଛାସେବୀ ବାହାରି ପଡ଼ିଥିବା ରଡ୍ କୁ ପିଟିପିଟି ଠିକ୍ କରୁଥିବା ଦେଖାଯାଇଥିଲା। ତେବେ ତୁରନ୍ତ ଓଏସବିସି ଏବଂ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାସହ ସେତୁ ର ମରାମତି କରିବାପାଇଁ ସମାଜସେବୀ ଅନିଲ କୁମାର ତ୍ରିପାଠୀ ଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି।