-
ଭାରତର ସମ୍ବିଧାନ ୧୩୦ କୋଟି ଦେଶବାସୀଙ୍କୁ ଗୋଟିଏ ସୂତାରେ ବାନ୍ଧିପାରିଛି : ସମୀର ମହାନ୍ତି
ଭୁୁବନେଶ୍ୱର– ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରବିବାର ଦିନ ଦେଶର ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ଜାତୀୟ ପତାକା ଉତୋଳନ କରିଥିଲେ । ଏହା ପରେ ସାମୂହିକ ଭାବେ ଜାତୀୟ ସଂଗୀତ ଗାନ କରାଯାଇଥିଲା ।
ଶ୍ରୀ ମହାନ୍ତି କହିଛନ୍ତି ଯେ ଭାରତର ସମ୍ବିଧାନ ଭାରତର ନାଗରିକମାନଦଙ୍କୁ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ଗ୍ୟାରେଂଟି ଦେଇଛି । ଦେଶର ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାର ସର୍ବଦା ପ୍ରୟାସରତ । କେନ୍ଦ୍ର ସରକାରଙ୍କର ଗୋଟିଏ ଗୋଟିଏ ପରେ ଐତିହାସିକ ନିଷ୍ପତି ଦେଶରେ ସାଧାରଣ ଲୋକଙ୍କ ଅଧିକାରଙ୍କୁ ସୃଦୃଢ କରିଛି । ହେଲେ ତୁଷ୍ଟିକରଣ ରାଜନୀତିରେ ବିଶ୍ୱାସ କରୁଥିବା କଂଗ୍ରେସ ସହିତ କିଛି ରାଜନୈତିକ ଦଳମାନେ ଦେଶବାସିଙ୍କୁ ବ୍ରିଭାନ୍ତି କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ଧର୍ମ ଆଧାରରେ ଦେଶ ବିଭାଜନ କରିଥିବା, ଦେଶରେ ଜରୁରିକାଳିନ ପରିସ୍ଥିତି ଲାଗୁ କରି ସମ୍ବିଧାନର ହତ୍ୟା କରି ଦେଶରେ ଅସ୍ଥିରତା ସୃଷ୍ଟିକରିଥିବା କଂଗ୍ରେସ ଏବେ ସମ୍ବିଧାନ ବଂଚାଓ ଦିବସ ପାଳନ କରୁଛି । ଏହାକୁ ଦେଶବାସି କେବେ ବି ଗ୍ରହଣ କରିବେ ନାହିଁ ।
ଶ୍ରୀ ମହାନ୍ତି କହିଛନ୍ତି ଓଡିଶାରୁ ଏକା ସମୟରେ ୧୦ ଜଣ ପଦ୍ମ ପୁରସ୍କାର ପାଇବା ଆମ ରାଜ୍ୟ ପ୍ରତି ଗୌବରର ବିଷୟ । କେନ୍ଦ୍ରରେ ମୋଦି ସରକାରଙ୍କ ଶାସନରେ ଓଡିଶାର ତାର ହକ୍ ଠାରୁ ସବୁବେଳେ ଅଧିକ ପାଇଛି । ଓଡିଶାର ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବା ଓଡିଶା ପାଇଁ ଖୁସିର ବିଷୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାରା ଓଡିଶାବାସିଙ୍କ ତରଫରୁ ଧନ୍ୟବାଦ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ମୁଖପାତ୍ର ସଜ୍ଜନ ଶର୍ମା, ଉପସଭାପତି ରମାରଂଜନ ବଳିୟାରସିଂ, ପୂର୍ବତନ ସାଂସଦ ବଳଭଦ୍ର ମାଝି, ସମ୍ପାଦକ କାଳନ୍ଦି ସାମଲ, ଦିଲ୍ଲିପ ମଲ୍ଲିକ, ଧିରେନ ସେନାପତି, ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠି, ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ବିରଂଚି ତ୍ରିପାଠି, ସୁରଥ ବିଶ୍ୱାଳ, ବାବୁ ସିଂ, ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।