ନୂଆଦିଲ୍ଲୀ– ଭି ନାରାୟଣନଙ୍କୁ ଇସ୍ରୋର ନୂଆ ଅଧ୍ୟକ୍ଷ କରିଛନ୍ତି କେନ୍ଦ୍ର ସରକାର । ସେ ଜାନୁୟାରୀ 14ରେ ଏସ.ସୋମନାଥଙ୍କ ସ୍ଥାନ ନେବେ । ନାରାୟଣନଙ୍କ ନିଯୁକ୍ତି ଜାନୁୟାରୀ 14ରୁ 2 ବର୍ଷ ଅବଧି ରହିବ । ଏନେଇ ବିଜ୍ଞପ୍ତି ଜାରି ହୋଇଛି ।
ଇସ୍ରୋର ନୂଆ ଅଧ୍ୟକ୍ଷ ଡ. ଭି ନାରାୟଣନ ଏବେ ଲିକ୍ୱିଡ ପ୍ରୋପଲ୍ସନ ସିଷ୍ଟମ୍ସ ସେଂଟରର ନିର୍ଦ୍ଦେଶକ ଅଛନ୍ତି । ନାରାୟଣନ ପ୍ରାୟ 4ଦଶନ୍ଧି ଯାଏ ମହାକାଶ ସଙ୍ଗଠନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାମ କରିଛନ୍ତି । ରକେଟ ଓ ମହାକାଶ ଯାନ ପ୍ରଣୋଦନ ତାଙ୍କ ବିଶେଷଜ୍ଞତା କ୍ଷେତ୍ର ଅଟେ ।
Related Stories
January 8, 2025