କୋଲକାତା– ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ନେଉନି । ତାଜା ଘଟଣାରେ ଆକ୍ରମଣକାରୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବ୍ୟବସାୟୀ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଏହି ଘଟଣା ଝାଲକାଠି ଜିଲ୍ଲାର ରାମପୁର ଗାଁର ବଓକାଠି ବଜାରରେ ହୋଇଛି । ମୃତକ ହେଉଛନ୍ତି ସୁଧୀବ ହଲଦାର ।
କୋଲକାତା ଇସ୍କନର ଉପାଧ୍ୟକ୍ଷ ରାଧାରମଣ ଦାସ ଘଟଣାର ନିନ୍ଦା କରିବା ସହ ଏହି ଅତ୍ୟାଚାର କେବେ ଥମିବ ବୋଲି ମିଳିତ ରାଷ୍ଟ୍ର ମାନବାଧିକାର ଆୟୋଗକୁ ପ୍ରଶ୍ନ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ସେ ଲେଖିଛନ୍ତି ଯେ, ଆମେ ଏକବିଂଶ ଶତାବ୍ଦୀରେ ଅଛୁ କି ପଥର ଯୁଗରେ । ଏହା ସବୁ କେବେ ଥମିବ ।
Related Stories
January 8, 2025