ଜୟପୁର ,କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କେନ୍ଦ୍ରୀୟ ସ୍କିମ ଓ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ସ୍କିମ ଓ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମର ବିସ୍ତୃତ ଭାବେ ଆଲୋକପାତ କରିଥିଲେ।ସରକାରୀ କର୍ମଚାରୀ ମାନେ ନିଷ୍ଠା ଓ ଆନ୍ତରିକତାର ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।ଏହି ସମୀକ୍ଷା ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ପ୍ରମୁଖ ଯୋଗଦେଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଏସପି ରୋହିତ ବର୍ମା, ଜୟପୁର ଉପ ଜିଲ୍ଲାପାଳ ଏ. ଶସ୍ଯା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠୀ ଓ ଲଗ୍ନଜିତ ରାଉତ, କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର, ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଧିକ୍ଷକ ଡ.ସୁଶାନ୍ତ କୁମାର ସାହୁ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବରଦାକାନ୍ତ ମିଶ୍ରଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ମିଲେଟ୍ ପ୍ରକ୍ରିୟା କରଣ ୟୁନିଟକୁ ମନ୍ତ୍ରୀ ଶ୍ରୀ ମଜୁମଦାର ଯାଇ ପରିଦର୍ଶନ କରିବା ସହ ମହିଳା ଗୋଷ୍ଠୀ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଲୁଙ୍ଗୁରୀ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।ପରେ ସେ ଦାମନଯୋଡି ମାଲୁ ସାଉନ୍ତା ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ସହ ମନ୍ତ୍ରୀ ଶ୍ରୀ ମଜୁମଦାର ମଧ୍ୟାହ୍ନ ଭୋଜନ ଖାଇ ସନ୍ତୋଷ ବ୍ୟକ୍ତ କରିଥିଲେ।କୋରାପୁଟ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ବହୁତ ଭଲ କାମ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ମଜୁମଦାର ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲେ। ଜଳସେଚନରେ ବହୁତ୍ ଭଲ କାମ ହୋଇଛି କିନ୍ତୁ କ୍ଷୁଦ୍ର ଜଳସେଚନରେ ସୁଧାର ଅଣାଯିବ ବୋଲି ସେ କହିଛନ୍ତି।କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ,କୋରାପୁଟ, ଲକ୍ଷ୍ମୀପୁର ଓ କୋଟପାଡ଼ ବିଧାୟକଙ୍କ ସହ କୋରାପୁଟ ଉପ ଜିଲ୍ଲାପାଳ ବେଣୁଧର ଶବର, କୋରାପୁଟ ବିଡ଼ିଓ ଦେବାଶିଷ ଗୌଡ଼,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀ,ମାଲୁ ସାଉନ୍ତା ହାଇସ୍କୁଲର ପ୍ରଧାନଶିକ୍ଷକ ରଶ୍ମିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
Related Stories
January 8, 2025