ଭୁବନେଶ୍ୱର– କଂଗ୍ରେସ ପାର୍ଟି ଚଳିତ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଜିଡିପି ଗ୍ରୋଥରେ ଖସିବାର ଅନୁମାନକୁ ନୈରାଶ୍ୟଜନକ ବୋଲି କହିଛି । ଅର୍ଥବ୍ୟବସ୍ଥା ସହ ସଂବଧିତ ଲଗାତର ସାମ୍ନାକୁ ଆସୁଥିବା ନୈରାଶ୍ୟଜନକ ସଂଖ୍ୟା ଆଗାମୀ କେନ୍ଦ୍ରୀୟ ବଜେଟ ପାଇଁ ଚିନ୍ତାଜନକ ପୃଷ୍ଠଭୂମି ପ୍ରସ୍ତୁତ କରୁଛୁ ।
କଂଗ୍ରେସ ମହାସଚିବ ତଥା ସାଂସଦ ଜୟରାମ ରମେଶ ବୁଧବାର ଏକ ବୟାନରେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ସଂଖ୍ୟା ମୁତାବକ ଆର୍ଥିକ ବର୍ଷ 2025ରେ କେବଳ 6.4 ପ୍ରତିଶତ ଜିଡିପି ଗ୍ରୋଥର ଅନୁମାନ କରାଯାଉଛି । ଏହା ଚାରିବର୍ଷରେ ସବୁଠୁ ତଳସ୍ତର ଅଟେ ଏବଂ ଆର୍ଥିକ ବର୍ଷ 2024ରେ ରେକର୍ଡ 8.2 ପ୍ରତିଶତ ଅଭିବୃଦ୍ଧି ତୁଳନାରେ ଏହା ହ୍ରାସ ଅଟେ । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ସାମ୍ପ୍ରତିକ 6.6 ପ୍ରତିଶତ ଗ୍ରୋଥ ଅନୁମାନରୁ କମ୍ ଅଟେ, ଯାହା ଆଗରୁ ଥିବା 7.2 ପ୍ରତିଶତ ଅନୁମାନରୁ କମ୍ ଥିଲା। କିଛି ସପ୍ତାହ ମଧ୍ୟରେ ଭାରତୀୟ ଅର୍ଥନୀତି ନିମ୍ନ ସ୍ତରରେ ପହଞ୍ଚିଛି। ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାର୍ହ କରୁଥିବା ମ୍ୟାନୁଫ୍ୟାକ୍ଚରିଂ ସେକ୍ଟର ସେହିପରି ଭାବେ ବଢ଼ୁନାହିଁ, ଯେମିତି ବଢ଼ିବା ଆବଶ୍ୟକ। ସରକାର ଏବେ ଦେଶର ଗ୍ରୋଥରେ ହ୍ରାସର ଏହି ତଥ୍ୟ ଏବଂ ଏହାର ବିଭିନ୍ନ ପଦକ୍ଷେପକୁ ଖାରଜ କରିପାରିବେ ନାହିଁ।