ସୁବର୍ଣ୍ଣପୁର -ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଗତକାଲି ଉଦଘାଟିତ ହୋଇଯାଇଛି l ଓରମାସ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ପକ୍ଷରୁ ଆୟୋଜିତ ଓ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ମହୋତ୍ସବର ପଲ୍ଲୀଶ୍ରୀ ମେଳା, ଜିଲ୍ଲା ଉନ୍ନୟନ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମାନ୍ୟବର ଉପ ମୂଖ୍ୟମନ୍ତ୍ରୀ ଓଡ଼ିଶା କନକ ବର୍ଦ୍ଧନ ସିଂହଦେଓ ଶୁଭ ଉଦ୍ଘାଟନ କରି ପ୍ରାଚୀନ କାଳର ଉଦାହରଣ ଦେଇ କଳା ମାଧ୍ୟମରେ ଅନ୍ୟ ଦେଶ ସହ ସମ୍ପର୍କ ଯୋଡି ହୁଏ ବୋଲି ମତ ରଖି ଆମ ସରକାର ଯାହା ପ୍ରତିଶୁତି ରଖିଛି ତାହା ନିଶ୍ଚିତ ପୂରଣ କରିବ ବୋଲି କହି ଏ ସରକାର ଲୋକଙ୍କ ସରକାର ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ବୀର ମହାରାଜ ପୁର ବିଧାୟକ ରଘୁନାଥ ଜଗଦଲା ଯୋଗ ଦେଇ ସୁବର୍ଣ୍ଣପୁର କଳା ସଂସ୍କୃତି ପର୍ଯ୍ୟଟନର ପ୍ରାଣ କେନ୍ଦ୍ର ବୋଲି ମତ ପ୍ରକାଶ କରି ଏହାର ବିକାଶ ଓ ସୁରକ୍ଷା ପ୍ରତି ସଂକଳ୍ପ ବଦ୍ଧ ବୋଲି କହିଥିଲେ l ଓ ସୁବର୍ଣ୍ଣପୁର ଲୋକ ମହୋତ୍ସବ ଖୁବ୍ ନିଆରା ବୋଲି କହି ସଂସ୍କୃତି କଳା ପରମ୍ପରାକୁ ନେଇ ଜିଲ୍ଲା ଗଠିତ ବୋଲି କହିଥିଲେ l ସୁବର୍ଣ୍ଣପୁର ଜିଲ୍ଲାର ଉନ୍ନତି ହେଲେ ଏ ରାଜ୍ୟରେ ସୁବର୍ଣ୍ଣ ଯୁଗ ଆରଂଭ ହେବ ବୋଲି କହିଥିଲେ ଲା
କବି ପ୍ରଦ୍ୟୁମ୍ନ କୁମାର ସାହୁ ସଭା ସଂଯୋଜନା କରିଥିବା ବେଳେ ସି ଡି ଇ ଓ ଅଶ୍ଵିନୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ସଭା ପରେ ସମସ୍ତ ଅତିଥି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରିଥିଲେ l ପ୍ରଥମେ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ଓ ଉନ୍ନୟନ ପ୍ରଦର୍ଶନୀ ମେଳାକୁ ଉପ ମୂଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଅତିଥି ପରିଦର୍ଶନ କରି ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳା ଓ ଷ୍ଟଲ୍ ବ୍ୟବସାୟୀଙ୍କୁ ଉତ୍ସାହିତ କରିଥିଲେ l
ସୋମବାର ଉଦଘାଟନୀ ସନ୍ଧ୍ୟାରେ କଳାହାଣ୍ଡି , ରାଜସ୍ଥାନ, ଆସାମ ଓ ଖୋର୍ଦ୍ଧା କଳାକାରଙ୍କ ନାଚ ଗୀତକୁ ୧ ହଜାର ଦର୍ଶକ ବିଳମ୍ବିତ ରାତି ଯାଏ ଉପଭୋଗ କରିଥିଲେ l ସକାଳ ୧୧ ଟା ରେ ସୋନପୁରର ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କୁ ଆବାହନ କରି ମହୋତ୍ସବ ପଡ଼ିଆରେ ମଞ୍ଚ ପୂଜା କରା ଯାଇଛି l ମା ଙ୍କ ଆବାହନ ପରେ ସକାଳ ୧୧ଟା ରେ ସ୍ଥାନୀୟ ରୟାଲ ପଡ଼ିଆ ଠାରୁ ଜିଲ୍ଲାର ସମସ୍ତ ବ୍ଲକ୍ ରୁ ଆସିଥିବା ହଜାର ହଜାର କଳାକାରଙ୍କ ଗୀତ ନାଚ ସହ ଏକ ବିଶାଳ ସଂlସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇଥିଲା l
ଏହି ସାଂସ୍କୃତିକ ଓ ମଶାଲ ଶୋଭାଯାତ୍ରାକୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲାପାଳ ଅନନ୍ୟା ଦାସ, ଏଡିଏମ୍ ରାଜେନ୍ଦ୍ର ମାଝୀ, ଏଡିଏମ୍ ଅଞ୍ଜଳୀନା ପଧାନ, ସି ଡ଼ି ଈ ଓ ଅଶ୍ଵିନୀ ମେହେର ଯୋଗଦେଇ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ l କଳାକାରଙ୍କ ବିଶାଳ ଶୋଭାଯାତ୍ରା ଓ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲକି ଉଠିଥିଲା ସୁବର୍ଣ୍ଣପୁର ସହର ଓ ମହୋତ୍ସବ ପଡ଼ିଆ ରାମେଶ୍ବର ଷ୍ଟାଡିୟମ୍ l ରାମେଶ୍ଵର ଷ୍ଟାଡିୟମରେ ମଶାଲ ଶୋଭାଯାତ୍ରା ପହଁଚିବା ପରେ ଫକୀର ପଟ୍ଟନାୟକ ମୁକ୍ତ ମଞ୍ଚରେ ମା ସୁରେଶ୍ଵରୀଙ୍କୁ ପୁଜା ସହ ମଞ୍ଚ ପୂଜା ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିଥି ଭାବରେ ବୀର ମହାରାଜ ପୁର ବିଧାୟକ ରଘୁନାଥ ଜଗଦଲା, ଏସପି ରାମ ପ୍ରାସାଦ ସାହୁ, ଜିଲ୍ଲା ପରିଷଦ ସି ଡି ଇ ଓ ଅଶ୍ଵିନୀ ମେହେର, ଅତିରିକ୍ତ ସି ଡି ଇ ଓ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ, ବିଜେପି ସଭାପତି ପ୍ରମୋଦ ମହାପାତ୍ର ଯୋଗଦେଇ ସୁବର୍ଣ୍ଣପୁରର କଳା ସଂସ୍କୃତି ଐତିହ୍ୟ ଅତି ଉଚ୍ଚକୋଟୀର ବୋଲି କଳାକାରଙ୍କୁ ଉତ୍ସାହିତ କରିଥିଲେ l ଓ ଏ ଦିଗରେ ଆହୁରି ସଫଳତା ଅର୍ଜନ କରି ଏ ମାଟିର ଗୌରବ ବଢ଼ାଇବାକୁ ପ୍ରେରଣା ପ୍ରଦାନ କରିଥିଲେ l
ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ଵିନୀ କୁମାର୍ ଭୋଇ, ସାମ୍ୱାଦିକ ମାନ ଭଞ୍ଜନ ମିଶ୍ର, ସଂସ୍କୃତି ବିଭାଗ ର ଦୁଃଖୀଶ୍ୟାମ ସେଠି ସମସ୍ତ କାର୍ଯ୍ଯ କ୍ରମକୁ ସଂଯୋଜନା କରିଥିବା ବେଳେ ସଂସ୍କୃତି ବିଭାଗ ର ନିରାକାର ଦେହୁରି, କାହୁଁ ମେହେର, ସମାଜସେବୀ ଲଡୁ କିଶୋର ମଲ୍ଲିକ, ଦେବାଶିଷ ପଟ୍ଟନାୟକ, ଗୋବିନ୍ଦ ମହାରଣା, ବେଣୀ ମାଧବ ବେଦବାକ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର ସମସ୍ତ ବିଭାଗ କର୍ମଚାରୀ ସହଯୋଗ କରିଥିଲେ l ଚଳିତ ବର୍ଷ ସୁବର୍ଣ୍ଣପୁର ଲୋକ ମହୋତ୍ସବକୁ ରଙ୍ଗାରଙ୍ଗ ଓ ଖୁବ୍ ଆକର୍ଷଣୀୟ ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଉତ୍ସାହର ସହ କାର୍ଯ୍ଯ କରୁଥିବା ଜଣାପଡ଼ିଛି।