ଡିମା ହସାଓ– ଆସାମର ଓମରାଂଗ୍ସୁ କୋଇଲା ଖଣିରୁ ଏବେ ସୁଦ୍ଧା 10ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପ୍ରଶାସନ ଅନୁସାରେ 10ରୁ ଅଧିକ ଶ୍ରମିକ ଏବେ ବି ଖଣିରେ ଫସିରହିଛନ୍ତି । ଏସଡିଆରଏଫ, ଏନଡିଆରଏଫ ଓ ଭାରତୀୟ ସେନାର ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ଡିମା ହାସାଓ ସ୍ୱାୟତ ପରିଷଦର ମୁଖ୍ୟ କାର୍ଯ୍ୟକାରୀ ଦେବୋଲାଲ ଗାର୍ଲୋସାଙ୍କ ପତ୍ନୀ କନିକା ଗାର୍ଲୋସା ଖଣି ସଂଚାଳନରେ ଜଡିତ ଅଛନ୍ତି । ଅଧିକାରୀଙ୍କ ମୁତାବକ ରେସକ୍ୟୁ ଅଭିଯାନ ଜାରି ରହିଛି ଏବଂ ସମସ୍ତ ଶ୍ରମିକଙ୍କୁ ଖୁବ ଶୀଘ୍ର ଉଦ୍ଧାର କରାଯିବ ବୋଲି କୁହାଯାଉଛି ।