ଓଟାୱା-କିଛି ଦିନ ଧରି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୋମବାର ରାତିରେ କ୍ଷମତାସୀନ ଲିବରାଲ ପାର୍ଟିର ନେତା ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦେଶକୁ ସଂବୋଧିତ କରି ଟ୍ରୁଡୋ କହିଛନ୍ତି ଯେ, କାର୍ଯ୍ୟାଳୟରେ ସେବା କରିବା ପାଇଁ କୃତଜ୍ଞତା ଜଣାଉଛି । ତେବେ ଆଗାମୀ ନିର୍ବାଚନ ପାଇଁ ମୁଁ ସବୁଠୁ ଭଲ ବିକଳ୍ପ ନୁହେଁ । ସେ କହିଛନ୍ତି ଯେ, ସର୍ବଶ୍ରେଷ୍ଠ ଉଦ୍ୟମ ସତ୍ତ୍ୱେ ସଂସଦ ଏକ ମାସ ଧରି ଠପ୍ ରହିଛି, କିନ୍ତୁ ସିଏ ହେଉଛି ଯୋଦ୍ଧା ଯିଏ ଦେଶର ଚିନ୍ତା କରେ । ସୂଚନା ମୁତାବକ ପରବର୍ତ୍ତୀ ଉତରାଧିକାରୀ ଚୟନ ନହେବା ଯାଏ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରେ ରହିବେ ।