ନୂଆଦିଲ୍ଲୀ– ପଡୋଶୀ ଦେଶ ନେପାଳରେ ମଙ୍ଗଳବାର ସକାଳ ପୁଣି ଥରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ସକାଳ 6.35 ମିନିଟ ସମୟରେ ଆସିଥିବା ଭୂକମ୍ପର ରିକ୍ଟର ସ୍କେଲରେ ତୀବ୍ରତା 7.1 ରେକର୍ଡ ହୋଇଛି । ନେପାଳ ସହିତ ବିହାର, ପଶ୍ଚିମବଙ୍ଗର କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ତେବେ ଜୀବନହାନିର କୌଣସି ସୂଚନା ମିଳିନି ।
ୟୁଏସଜିଏସ ଆର୍ଥକ୍ୱେକ ଅନୁସାରେ, ମଙ୍ଗଳବାର ସକାଳେ ନେପାଳରେ 6.35 ମିନିଟ ସମୟରେ ଆସିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 7.1 ରେକର୍ଡ ହୋଇଛି । ଭୂକମ୍ପର କେନ୍ଦ୍ର ନେପାଳର ଲୋବୁଚେରୁ 93 କିଲୋମିଟର ଉତର ପୂର୍ବରେ ଥିଲା ।ଏହି କାରଣରୁ ବିହାର, ପଶ୍ଚିମବଙ୍ଗ ଓ ସିକିମର କିଚି ସ୍ଥାନରେ ଏହାର ଝଟ୍କା ଅନୁଭୂତ ହୋଇଛି ।