କାଠମାଣ୍ଡୁ– ନେପାଳରେ ପୁଣି ଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 7.1 ରେକର୍ଡ ହୋଇଛି । ଭୂକମ୍ପ ମାପନ କେନ୍ଦ୍ର ମୁତାବକ ନେପାଳରେ ପ୍ରଥମ ଝଟ୍କା ପରେ ପୁଣି ଥରେ ବଡ ଝଟ୍କା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା 5.8 ରେକର୍ଡ ହୋଇଛି । ଭୂକମ୍ପର ବଡ ଝଟ୍କା ପରେ ଳଗାତର ଆଫ୍ଟର ସେକ ଆସିବାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ କେପି ଓଲି ।
ଭୂକମ୍ପର କେନ୍ଦ୍ରବିନ୍ଦୁ କାଠମାଣ୍ଡୁରୁ ପ୍ରାୟ 280 କିମି ଉତର ଓ ମାଉଣ୍ଟ ଏଭରେଷ୍ଟରୁ ପ୍ରାୟ 90 କିଲୋମିଟର ଦୂରରେ । ଏହା ତିବ୍ଦତର ପାହାଡିଆ ଅଂଚଳରେ ଯେଉଁଠାରେ ମାନବ ବସତି ବହୁତ କମ୍ ।
ସ୍ଥାନୀୟ ସମୟ ମୁତାବକ ଭୂକମ୍ପର ପ୍ରଥମ ଝଟ୍କା 6.50 ମିନିଟ ସମୟରେ ଅନୁଭୂତ ହୋଇଥିଲା । ଏହାପରେ ଲୋକେ ଭୟରେ ବାହାରକୁ ଚାଲିଆସିଥିଲେ । ଏହାର କିଛି ସମୟ ପରେ ଭୂକମ୍ପର ଦ୍ୱିତୀୟ ଝଟ୍କା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା 5.2 ରେକର୍ଡ ହୋଇଛି ।