ଭୁବନେଶ୍ୱର– ଆଜିଠୁ ଚିଲିକା ବିହଙ୍ଗ ଉତ୍ସବ ଆରମ୍ଭ ହୋଇଛି । ଲୋକସେବା ଭବନ କନଭେନସନ ସେଣ୍ଟରରେ ଏହାକୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । 6 ଜାନୁୟାରୀ 12 ଜାନୁୟାରୀ ପର୍ଯ୍ୟନ୍ତ ଏହା ଚାଲିବ ।ଚଳିତ ଥର ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସାଡର । ଆସନ୍ତା 8, 9, 10 ରେ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଓଡିଶା ଆସିବାକୁ ଥିବା ଅତିଥି ଚିଲିକା ବୁଲିବା ସହ ବିଦେଶାଗତ ପକ୍ଷୀ ଦେଖି ପର୍ଯ୍ୟଟନର ଉପଭୋଗ କରିପାରିବେ । ଏଥିପାଇଁ ଜଙ୍ଗଲ ବିଭାଗ ଓ ପର୍ଯ୍ୟଟନ ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଭଳି ହେବା ଦ୍ୱାରା ବିଶ୍ୱରେ ଚିଲିକାର ବିଶେଷତ୍ୱର ପ୍ରଚାର ପ୍ରସାର ହୋଇ ପାରିବ । ପ୍ରତିବର୍ଷ ଡିସେମ୍ବରରୁ ଫେବୃୟାରୀ 3 ମାସ ଭିତରେ ପ୍ରାୟ 10 ଲକ୍ଷ ପକ୍ଷୀ ଋଷିଆ, ସାଇବେରିଆ, ମଙ୍ଗୋଲିଆ ଭଳି ଦେଶରୁ ଆସିଥାନ୍ତି । 150 ପ୍ରଜାତିର ପକ୍ଷୀ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ଚିଲିକା ଓ ଏହା ସହ ଜଡିତ ପକ୍ଷୀ, ଡ଼ଲଫିନ ଓ ପର୍ଯ୍ୟଟନର ପ୍ରଚାର କରିବା ପାଇଁ ଏହି ଏହି ଉତ୍ସବ ପାଳନ କରାଯାଉଛି ।