-
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଭିଭାଷଣ
-
ଡବଲ ଇଞ୍ଜିନ ଡବଲ ମାଡ
-
ଦରବୃଦ୍ଧି ଓ ଜିଏସଟି ମାଡରେ ଲୋକ ନୟାନ୍ତ।
-
ନିର୍ବାଚନ ବେଳେ ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲା ବିଜେପି କିନ୍ତୁ ଫିଲ୍ମ ରିଲିଜ ହେଲା ଏମ ଏମ ସରକାର ମହଙ୍ଗା ମାଡ଼ ସରକାର।
-
ଖାଲି ଲମ୍ବା ଭାଷଣ,କାମ ଘର ଶୂନ।
-
ଫସଲ ହାନି ପାଇଁ ଚାଷୀ କାନ୍ଦୁଛି
-
ରୋଷଇ ଘରେ ମା କାନ୍ଦୁଛନ୍ତି ।
-
ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି।
-
ଓଡିଶା ବାସୀ ଏ ମିଛୁଆ ସରକାରର ଅସଲି ଚେହେରା ଖୁବ ଶୀଘ୍ର ଖୋଲିଦେଵେ .ନବୀନ ପଟ୍ଟନାୟକ
ଭୁବନେଶ୍ଵର – ଦର ଵୃଦ୍ଧି ବିରୁଦ୍ଧରେ ବିଜେଡି ଡାକରା ରେ ଆପଣ ମାନେ ସାରା ଓଡିଶା ରୁ ଏତେ ଶୀତ ରେ ଭୁବନେଶ୍ୱର ଆସିଛନ୍ତି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଜୁନ ମାସ ରେ ବିଜେପି ସରକାର ଗଠନ ହେଲା।ସାତ ମାସ ହୋଇଗଲା .ହଁ କେବଳ ଲମ୍ବା ଲମ୍ବା ଭାଷଣ ଆମେ ଏବେ ଶୁଣୁଛୁ ।କିନ୍ତୁ କାମ ଘର ଶୂନ.. ଦରଦାମ ବଢ଼ି ବଢ଼ି ଚାଲିଛି କିନ୍ତୁ ଆକ୍ସନ କିଛି ନାହିଁ । ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି.କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାର ର ସମ୍ପର୍କ ଥିବା ପରି ଜଣାପଡ଼ୁନାହିଁ। ଡାଲି କୁହନ୍ତୁ. ତେଲ କୁହନ୍ତୁ. ପରିବା କଥା କୁହନ୍ତୁ.ଗ୍ରୋସରୀ ଠାରୁ ଆରମ୍ଭ କରି ମେଡିସିନ ପର୍ଯ୍ୟନ୍ତ ସବୁ ଏସେନ୍ସିଆଲ କମୋଡିଟୀର ଦର ଏବେ ଆକାଶ ଛୁଆଁ. ମାର୍କେଟ ଉପରେ ସରକାରଙ୍କ କଣ୍ଟ୍ରୋଲ ନାହିଁ. ଆଇ ମା କାହାଣୀ କହି ସରକାର ଖୁସି. ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇ ଗଲାଣି. ଅଦିନିଆ ବର୍ଷା.ଫସଲ ହାନି.ପୁଣି ପ୍ରତିଦିନ ଚାଷୀ ସୁଇସାଇଡ କରୁଛି ।ବୋଝ ଉପରେ. ଏହା ନଳିତା ବିଡା ପରି ହୋଇଛି.କିନ୍ତୁ ନେତା ଙ୍କ ସମୟ ନିଜ ପ୍ରମୋସନରେ ବିତୁଛି। ହାଟ ବଜ଼ାରରେ ଲୋକ ପ୍ରତିଦିନ ଅଶାନ୍ତି .ମା ମାନେ କାନ୍ଦୁଛନ୍ତି . ଚାଷୀ କାନ୍ଦୁଛନ୍ତି.କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି.ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଛି। ବିଜେଡି ଠାରୁ କମ ଭୋଟ ପାଇ ଏ ସରକାର କ୍ଷମତା କୁ ଆସିଛି।ଡବଲ ଇଞ୍ଜିନ ଡବଲ ମାଡ।ଏପଟେ ଦରବୃଦ୍ଧି ମାଡ।ସେପଟେ ଜିଏସଟି ମାଡ଼।ସବୁ ଜିନିଷ ରେ ଜିଏସଟି। ଗରିବ ଲୋକ ବେଶୀ ଜିଏସଟି ଦେଉଛନ୍ତି।ବିଜେପି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲେ, କିନ୍ତୁ ଫିଲ୍ମ ରିଲିଜ ହେଲା ଏମଏମ ସରକାର। ମହଙ୍ଗା ମାଡ ସରକାର। ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାର ଙ୍କ ଅସଲ ଚେହେରା ଖୋଲିଦେବ।