ଅନୁଗୁଳ– ଆଜି ଠାରୁ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା କରାଯିବ । ସାତକୋଶିଆର ମହାନଦୀ ଏବଂ ଅନ୍ୟାନ୍ୟ ଜଳାଶୟରେ କୁମ୍ଭୀର ଗଣନା କାର୍ଯ୍ୟ ହେବ । ଏଥିପାଇଁ ପର୍ଯ୍ୟଟକଙ୍କୁ ସାତକୋଶିଆ ଆସିବାକୁ ବାରଣ କରାଯାଇଛି । କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ।
୬ରୁ ୮ତାରିଖ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା ହେବାକୁ ଥିବାବେଳେ ସାତକୋଶିଆର ମହାନଦୀ ଏବଂ ଅନ୍ୟାନ୍ୟ ଜଳାଶୟରେ ଗଣନା କାର୍ଯ୍ୟ ହେବ । ଏଥପାଇଁ ବନ ବିଭାଗର ୧୪ଟି ଦଳ ନିୟୋଜିତ ହେବେ । ଏହି ସମୟରେ ନଦୀରେ ମାଛ ଧରିବା ପାଇଁ ମଧ୍ୟ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ପ୍ରତି ସେକ୍ଟରରେ ୫ ଜଣ କର୍ମଚାରୀ ନିୟୋଜିତ ହେବାକୁ ଥିବାବେଳେ ମୋଟ ୭୦ ଜଣ କର୍ମଚାରୀ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହେବା ନେଇ ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ସାତକୋଶିଆ ମହାନଦୀ ଗଣ୍ଡରେ ୨୩ କି.ମି. ପର୍ଯ୍ୟନ୍ତ ଗଣନା କରାଯିବାର ଯୋଜନା ରହିଛି । ଏଥିପାଇଁ ବନ ବିଭାଗ ପକ୍ଷରୁ ଦେଶୀଡଙ୍ଗାର ବ୍ୟବସ୍ଥା କରାଯାଇଛି ।