ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଦିଲ୍ଲୀକୁ ବିକଶିତ ଭାରତର ରାଜଧାନୀ ଭାବେ ବିକଶିତ କରିବାକୁ ପଡିବ ଏବଂ ଦିଲ୍ଲୀର ବିକା ବିଜେପି ହିଁ କରି ପାରିବ । ଏବେ ଦିଲ୍ଲୀରେ ଏକ ହିଁ ସ୍ୱର ଶୁଣିବାକୁ ପଡୁଛି- ଆପଦ ସହିବୁନାହିଁ, ବଦଳାଇକି ରହିବୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀର ଜାପାନୀ ପାର୍କରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ପରିବର୍ତ୍ତନ ରାଲିକୁ ସଂବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଜନସଭାରେ କହିଛନ୍ତି ଯେ, ଏବେ ଆସିବାକୁ ଥିବା 25ବର୍ଷ ଭାରତ ଓ ଦିଲ୍ଲୀର ଭବିଷ୍ୟତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି 25 ବର୍ଷ ଭାରତକୁ ବିକଶିତ ଦେଶ ହେବାରେ ଦେଖିବୁ । ସେ କହିଛନ୍ତି ଯେ, ଖୁବ ଶୀଘ୍ର ଭାରତ ବିଶ୍ୱର ତୃତୀୟ ବଡ ଆର୍ଥିକ ଶକ୍ତି ପାଲଟିବ । ଏହି ଗୌରବଶାଳୀ ଯାତ୍ରାରେ ଦେଶର ରାଜଧାନୀକୁ ପାଦ ସହ ପାଦ ମିଶାଇ ଚାଲିବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆମକୁ ଆମ ଦିଲ୍ଲୀକୁ ଭାରତର ରାଜଧାନୀ ଭାବେ ବିକଶିତ କରିବାକୁ ହେବ ।